ବନ୍ଦ ଘରୁ ବାପ ଝିଅଙ୍କ ମୃତଦେହ ଉଦ୍ଧାର
କଟକ: କଟକ ସ୍ନେହଲତା ଆପାର୍ଟମେଣ୍ଟରୁ ବାପ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି। ଝିଅକୁ ମାରି ବାପା ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ। ସାଇଣ୍ଟିଫିକ ଟିମ୍ ସହାୟତାରେ ବାଦାମବାଡ଼ି ପୋଲିସ ତଦନ୍ତ ଆରମ୍ଭ କରିଛି। ୧୫ ବର୍ଷୀୟା ଝିଅ ମାନସିକ ବିକାରଗ୍ରସ୍ତ ଥିବା ସୂଚନା। ପୂର୍ବରୁ ମୃତକଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇସାରିଛି।