ଓଡ଼ିଶାର ବିକାଶ ପାଇଁ ଅହରହ ଉଦ୍ୟମ କରୁଛି କେନ୍ଦ୍ର ସରକାର: ପ୍ରଧାନମନ୍ତ୍ରୀ

Feb 3, 2024 - 17:14
 8
ଓଡ଼ିଶାର ବିକାଶ ପାଇଁ ଅହରହ ଉଦ୍ୟମ କରୁଛି କେନ୍ଦ୍ର ସରକାର: ପ୍ରଧାନମନ୍ତ୍ରୀ

ସମ୍ବଲପୁର: ଓଡ଼ିଶାର ବିକାଶ ପାଇଁ ଅହରହ ଉଦ୍ୟମ କରୁଛି କେନ୍ଦ୍ର ସରକାର। ଏବେ ରାଜ୍ୟର ବିକାଶ ପାଇଁ କୌଣସି ଅର୍ଥର ଅଭାବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ସମ୍ବଲପୁର ରେମେଡ୍ ସଭାରେ ମୋଦୀ ସୂଚନା ଦେଇଛନ୍ତି ଯେ ଓଡ଼ିଶାରେ ୨୫ ଲକ୍ଷ ଲାଭାର୍ଥି ପକ୍କା ଘର ପାଇଛନ୍ତି। ଗରିବଙ୍କ ପାଇଁ ଆଇ ୨ କୋଟି ଘର ତିଆରି ଘୋଷଣା ହୋଇଛି। ସେହିପରି ପିଏମ୍ କିଷାନ ଯୋଜନାରେ ଓଡ଼ିଶାର ୪୦ ଲକ୍ଷ ଚାଷୀ ଲାଭ ପାଉଛନ୍ତି। ରାଜ୍ୟର ୨୫ ଲକ୍ଷ ପରିବାର ପାଖରେ ବିଦ୍ୟୁତ୍ ସେବା ପହଞ୍ଚି ପାରିଛି। ଛାତରେ ପ୍ୟାନେଲ୍ ପାୱାର ବ୍ୟବସ୍ଥା କରାଯାଇ ବିଦ୍ୟୁତ୍ ବାହାରିବ ବୋଲି ସେ ନିଜ ବକ୍ତବ୍ୟରେ କହିଛନ୍ତି। ଆଜି ସମ୍ବଲପୁରରେ ୬୮ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୋଦୀ।