ଭୁବନେଶ୍ବରରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ। ବନ୍ଦେ ଉତ୍କଳ ଜନନୀ ଗାନ ରୁ ଆରମ୍ଭ ହେଲା ସମ୍ମିଳନୀ। ସମ୍ମିଳନୀରେ ଦେଶ ଓ ବିଦେଶରୁ ବହୁ ସଂଖ୍ୟାରେ ଲେଖକ, ଲେଖିକା ଓ ସାହିତ୍ୟିକ ଯୋଗଦେଇଛନ୍ତି। ଏହି ତିନି ଦିନିଆ ଉତ୍ସବକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଓଡ଼ିଆ ଭାଷାର ଅଧିକ ବ୍ୟବହାର ନେଇ ଆଲୋଚନା ହେଉ। ଓଡ଼ିଆ ଭାଷାର ଉନ୍ନତି ପାଇଁ ସମସ୍ତେ କାମ କରିବା ଦରକାର, ଭାଷା ହିଁ ଆମ ଭବିଷ୍ୟତ।