ଜନ୍ମଦିନରେ ସୁଭଦ୍ରା ଭେଟି ଦେଲେ ପ୍ରଧାନମନ୍ତ୍ରୀ ମୋଦି

Sep 17, 2024 - 13:46
 42
ଜନ୍ମଦିନରେ ସୁଭଦ୍ରା ଭେଟି ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହିଳାଙ୍କ ଖାତାକୁ ଗଲା ପ୍ରଥମ କିସ୍ତି ଟଙ୍କା। ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସୁଭଦ୍ରା ଭେଟି ପାଇଲେ ମହିଳା। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଜଗନ୍ନାଥଙ୍କ ଆଶୀର୍ବାଦରୁ ସେ ପୁଣି ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଯେଉଁ ସ୍ବପ୍ନ ମା, ଝିଅ, ମହିଳା, ଯୁବକ, ଯୁବତୀ, ମଧ୍ୟମ ବର୍ଗ ଦେଖୁଛନ୍ତି, ସେ ଗୁଡ଼ିକ ପୂରଣ ହେବ ବୋଲି ମୋର ବିଶ୍ୱାସ ଓ ମହାପ୍ରଭୁଙ୍କ ଆଶୀର୍ବାଦ ବୋଲି କହିଲେ ମୋଦି। ଓଡ଼ିଶାର ୧୦ ଲକ୍ଷ ମହିଳା ପାଇବେ ପ୍ରଥମ କିସ୍ତି ଟଙ୍କା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ବପ୍ରସିଦ୍ଧ ତାରକସିରେ ତିଆରି ହୋଇଥିବା ଶ୍ରୀମନ୍ଦିରର ଆକୃତିର ସହ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନାରେ ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ। ରାଜ୍ୟର ୭୪ ଲକ୍ଷ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି। ସୁଭଦ୍ରା ଯୋଜନାର ଶୁଭାରମ୍ଭ ପୂର୍ବରୁ ଗାଡ଼କଣରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ଘର ଚାବି ପ୍ରଦାନ କଲେ ମୋଦି।