ରତ୍ନଭଣ୍ଡାର ଭିତରୁ ଖାଲି ସିନ୍ଦୁକ, ଆଲମିରା ସ୍ଥାନାନ୍ତରିତ

Aug 23, 2024 - 18:55
 45

ପୁରୀ: ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଭିତରୁ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତରିତ ହୋଇଛି। ସ୍ଥାନାନ୍ତରଣ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ପାଢ଼ୀ କହିଛନ୍ତି ଯେ ଭିତରେ ଥିବା ଏକ ଲୁହା ସିନ୍ଦୁକ ବାହାର କରିବାକୁ କବାଟ କଟାଗଲା । ସିନ୍ଦୁକ ବାହାରିବା ସମ୍ଭବ ନହେବାରୁ କବାଟ କରିବାକୁ ପଡ଼ିଲା। ବାହାର ରତ୍ନଭଣ୍ଡାର କାଠ କବାଟ କଟାଯାଇ ବାହାର କରାଗଲା ସିନ୍ଦୁକ। ସିନ୍ଦୁକ ବାହାର କରାଗଲା ପରେ ପୁଣି କବାଟ ମରାମତି ହୋଇଥିଲା ସମସ୍ତ ସିନ୍ଦୁକ ଓ ଆଲମିରାକୁ ନିର୍ଦ୍ଧାରିତ କୋଠରୀରେ ରଖାଯାଇଛି। ଭିତର ଏବଂ ବାହାର ରତ୍ନଭଣ୍ଡାର ଏବେ ସଂପୂର୍ଣ୍ଣ ଖାଲି ହୋଇଛି । ଏହାପରେ ଭାରତୀୟ ପ୍ରତନ୍ତତ୍ଵ ବିଭାଗ (ଏଏସ୍‌ଆଇ) କୁ ଚିଠି ଲେଖାଯିବ କହିଲେ ମୁଖ୍ୟ ପ୍ରଶାସକ। ଏଏସ୍‌ଆଇ ଆବଶ୍ୟକ ସ୍କାନିଂ କରି କିଛି ଜିନିଷ ଥିଲେ ସନ୍ଧାନ କରିବେ । ଆବଶ୍ୟକ ସ୍କାନିଂ ପରେ ଏଏସ୍‌ଆଇ ମରାମତି କାର୍ଯ୍ୟ କରିବେ।