ଓଡ଼ିଶା ମେଟାଲିକ୍ସ କାରଖାନାରେ ଦୁର୍ଘଟଣା; ଦୁଇ ଶ୍ରମିକ ମୃତ, ୬ ଗୁରୁତର
ଝାରସୁଗୁଡ଼ା: ଝାରସୁଗୁଡ଼ା ବୁଢ଼ିପଦରରେ ଥିବା ଓଡ଼ିଶା ମେଟାଲିକ୍ସ କାରଖାନାରେ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫ୍ୟାକ୍ଟ୍ରି ଓ ବଏଲର ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। କିଛି ଦିନ ତଳେ କାର୍ବନ ମନୋକ୍ସାଇଡ ଗ୍ୟାସ୍ ଲିକ୍ ହୋଇଥିଲା। ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୪ ଆହତ ହୋଇଥିଲେ। କାରଖାନାରେ ଷ୍ଟ୍ରକ୍ଚର୍ ପଡ଼ି ଏହି ଅଘଟଣା ଘଟିଛି।