ସିଗ୍ନାଲିଂ ତ୍ରୁଟିରୁ ଘଟିଛି ବାଲେଶ୍ୱର ଟ୍ରେନ ଦୁର୍ଘଟଣା: ରିପୋର୍ଟ
ଭୁବନେଶ୍ୱର : ସିଗନାଲିଂ ତ୍ରୁଟିରୁ ହୋଇଛି ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣା। ରେଲୱେ ସୁରକ୍ଷା କମିଶନରଙ୍କ ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟରେ ଷ୍ଟେସନ ମାଷ୍ଟରଙ୍କ ଅବହେଳାକୁ ଦାୟୀ କରାଯାଇଛି । ସିଗନାଲିଂ ତ୍ରୁଟିରୁ ଦୁର୍ଘଟଣା ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସିଗନାଲିଂ ଓ ଟେଲିକମ୍ୟୁନିକେସନ ବିଭାଗର ବିଭିନ୍ନ ସ୍ତରରେ ତ୍ରୁଟି ହୋଇଥିଲା । ଦୁର୍ଘଟଣା ଆଶଙ୍କା ନେଇ ପୂର୍ବ ଚେତାବନୀକୁ ଅଣଦେଖା କରାଯାଇଥିଲା । ରିପୋର୍ଟ ଅନୁଯାୟୀ ଷ୍ଟେସନ ମାଷ୍ଟର ସତର୍କ ହୋଇଥିଲେ ଦୁର୍ଘଟଣାକୁ ଏଡ଼ାଇ ହୋଇ ପାରିଥାନ୍ତା । ହେଲେ ତାଙ୍କ ସାମ୍ନାରେ ତ୍ରୁଟି ହୋଇଥିଲେ ବି ଅଣଦେଖା କରିଥିଲେ ।