ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ଜାଗରଣ କାର୍ଯ୍ୟକ୍ରମ ଆରମ୍ଭ

Dec 10, 2024 - 22:37
 42
ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ଜାଗରଣ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ-- ବିଶ୍ବବ୍ୟାପ୍ତ ଏହି ଉକ୍ତିକୁ ଯଥାର୍ଥ ପ୍ରତିପାଦନ କରିବା ନିମନ୍ତେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଓଡିଶା, ଭାରତ ଓ ଭାରତ ବାହାରେ ୭ ବର୍ଷ ହେଲା କରି ଆସୁଛି । ମହାପ୍ରଭୁଙ୍କ ପୁରାଣ ସ୍କନ୍ଦପୁରାଣର ପ୍ରଚାର ଓ ପ୍ରସାର ନିମନ୍ତେ ସର୍ବଦା ଚେଷ୍ଠିତ,ଏଣୁ ସ୍କନ୍ଦପୁରାଣର ବାର୍ତ୍ତାକୁ ଓଡିଶାର ପ୍ରତେକ ଘରେ ଘରେ ପହଂଚାଇବା ନିମନ୍ତେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ଜାଗରଣ ସହିତ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ ଓ ପୂଜ୍ୟ ବାବାଜୀ ସତ୍ୟାନନ୍ଦ ଦାସ ଙ୍କ ମାର୍ଗ ଦର୍ଶନ ରେ ୮.୨.୨୦୨୫ ଠାରୁ ୧୨.୦୨.୨୦୨୫ ପର୍ଯ୍ୟନ୍ତ ଆର ସି ଏମ କଲେଜ ଚନ୍ଦ୍ରଶେଖର ପୁର ଭୁବନେଶ୍ୱର ରେ କରି ବାକୁ ନିଷ୍ପତି ଗ୍ରହଣ କରିଛି । ଓଡିଶାରେ ମହାପ୍ରଭୁ ଶ୍ରୀଗନ୍ନାଥଙ୍କ ମନ୍ଦିର ପରିଦର୍ଶନ ଓ ଶ୍ରୀଜଗନ୍ନାଥ ଚେତନା ଜାଗରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଆଜି କରାଯାଇଛି। ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକ, ଉପ ସଭାପତି ବୈକୁଣ୍ଠ ନାଥ ମହାପାତ୍ର, ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ, ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର, କୋଷାଧକ୍ଷ ସୁରେଶ ମିଶ୍ର,ଉପ କୋଷାଧକ୍ଷ ରଶ୍ମି ରଞ୍ଜନ ପଟ୍ଟନାୟକ,ତ୍ରିଲୋଚନ ନାୟକ, ବଂଶୀ ଧର ନାୟକ, ଶରତ ମହାପାତ୍ର, ପ୍ରଫେସର ରାମଚନ୍ଦ୍ର ମିଶ୍ର, ଅକ୍ଷୟ ସାହୁ, ଅଜୟ ଦାସ ପ୍ରମୁଖ ଙ୍କ ସଂଯୋଜନା ରେ ଦୁଇଟି ବସ ରେ ବାଲେଶ୍ୱର ର ନୀଳଗିରି ଜଗନ୍ନାଥ ମନ୍ଦିର, ମାଉସୀ ମା ମନ୍ଦିର, ଇମାମି ଜଗନ୍ନାଥ ମନ୍ଦିର କୁ ସଦସ୍ୟ ଓ ସଦସ୍ୟା ମାନେ ପରିଦର୍ଶନ କରି ମା ଲଷ୍ମୀ ମନ୍ଦିର ଓ ମା ବିମଳା ଙ୍କ ମନ୍ଦିର ର ଆଳତି ଓ ସଂକୀର୍ତନ ରେ ସମସ୍ତେ ଯୋଗ ଦେଇଥିଲେ, ଇମାମି ଜଗନ୍ନାଥ ମନ୍ଦିର ର ଆଲୋକ ସଜା ବହୁତ ସୁନ୍ଦର ହୋଇ ଥିଲା, ଏହି ଅବସରରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ଓ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ମଧ୍ୟ ସମସ୍ତେ ପରିଦର୍ଶନ କରିଥିଲେ।