ଆଜି ପବିତ୍ର ମହାଳୟା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ମହାଳୟା। ପରଲୋକଗତ ଆତ୍ମାର ଶାନ୍ତି ନିମନ୍ତେ ପିଣ୍ଡଦାନ ପାଇଁ ପାବିତ୍ର ସ୍ଥାନ ଗୁଡ଼ିକରେ ଭିଡ଼ ପରିଲକ୍ଷିତ ହୋଇଛି। ଆଜି ଆଶ୍ୱିନ ମାସର ଅନ୍ଧାର ପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି। ଯଦି କିଏ ଦେଇପାରିନଥିବେ, ଆଜି ହେଉଛି ଶ୍ରାଦ୍ଧ ଦେବାର ଶେଷ ଦିନ। ମହାଳୟାରେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ଵରୀଙ୍କ ଧବଳମୁଖି ବେଶ ହୋଇଥାଏ। ଏହି ଦିନ ମାଆଙ୍କୁ ଶଙ୍ଖ, ଗୋପୀ ତିଲକରେ ଧଳା ପ୍ରଲୋପ ଦିଆଯାଏ। ସକାଳୁ ଶ୍ରାଦ୍ଧ ଦେବାକୁ ଭୁବନେଶ୍ୱରରେ ଥିବା ପବିତ୍ର ବିନ୍ଦୁସାଗରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।