ନଦୀ ପ୍ରଦୂଷଣ ଓ ସୁରକ୍ଷା ସମ୍ପର୍କରେ ଜନ ଇସ୍ତହାର ୨୦୨୪

Mar 12, 2024 - 20:35
 6
ନଦୀ ପ୍ରଦୂଷଣ ଓ ସୁରକ୍ଷା ସମ୍ପର୍କରେ ଜନ ଇସ୍ତହାର ୨୦୨୪

ଭୁବନେଶ୍ବର: ଓଡ଼ିଶା ନଦୀ ସୁରକ୍ଷା ସମିତି ତରଫରୁ ନଦୀ ଇସ୍ତହାର କୁ ନେଇ ସାମ୍ବାଦିକ ସମ୍ମିଳନୀ ଓଡ଼ିଶା ନଦୀ ସୁରକ୍ଷା ସମିତି ର ଅଧ୍ୟକ୍ଷ ନେତୃତ୍ବରେ ଅନୁଷ୍ଟିତ ହୋଇଯାଇଛି  ଓଡ଼ିଶାରେ ପ୍ରବାହିତ ବିଭିନ୍ନ ନଦୀର ସମସ୍ୟାକୁ ନେଇ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ୍ ରାଜନୈତିକ ଦଳକୁ  ନଦୀ ଇସ୍ତହାର ପ୍ରଦାନ କରାଯାଇଛି  ବିଲୁପ୍ତ ହୋଇଯାଇଥିବା  ଐତିହାସିକ ନଦୀ ଗୁଡିକର ପୁନରୁଦ୍ଧାର, ସହରାଞ୍ଚଳର ବର୍ଜ୍ୟ ଜଳ କୁ ସିଧା ସଳଖ କୌଣସି ନଦୀରେ ପ୍ରବାହୀତା ନ କରି ନଦୀକୁ ନିର୍ମଳ ଓ ସ୍ବଚ୍ଛ ଚିର ପ୍ରବାହିତ କରିବା  ଅନେକ ଅଞ୍ଚଳରେ ଭୂତଳ ଜଳ ଖରିଆ ଓ ଲୁଣିଆ  ତେଣୁ ନଦୀ ଜଳ ଏକ ମାତ୍ର ବ୍ୟବସ୍ତା ସମସ୍ତ ନଦୀକୁ  ପ୍ରଦୂଷଣ ମୁକ୍ତ କରାଯାଇ ନିରାପଦ ପାନୀୟ  ଜଳର ଉତ୍ସ  ସୃଷ୍ଟି କରାଯାଉ  ନଦୀ ପଠା ଜବରଦଖଲ ଉଚ୍ଛେଦ କରାଯାଇ ନଦୀକୁ ପ୍ରାକୃତିକ ପ୍ରବାହ ର ସାହି ନଦୀ ସ୍ବାସ୍ଥ୍ଯ ପାଟି ସରାକାର ଅଙ୍ଗୀକାର କରନ୍ତୁ  ୨୧ ପ୍ରସ୍ତାବ ସମ୍ବଳିତ ନଦୀ ଇସ୍ତହାର ଜାରି କରାଯାଇଛି ଏହି କାର୍ଯ କ୍ରମରେ ଦୟାନଦୀ ସୁରକ୍ଷା ଅଭିଯାନ ର ଆବାହକ ସଚିକାନ୍ତ ପ୍ରଧାନ , ପ୍ରାଚୀ ପ୍ରାଜ୍ଞର ଅଧ୍ୟକ୍ଷ  ହଂସନାଥ ସାହୁ , ବିଜଯ କୁମାର ପ୍ରଧାନ , ପରିବେଶବିତ ବ୍ରତୀନ୍ଦ୍ରି ଜେନା, ମହାନଦୀ ବଞ୍ଚାଅ ଅଭିଯାନ ର ଆବାହକ ସୁଦର୍ଶନ ଦାସ , ଇ.ଅକ୍ଷୟ କୁମାର ଦାସ   ପ୍ରମୁଖ ଯୋଗ ଦେଇଥିଲେ