ଓଡିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

Mar 3, 2025 - 23:04
 34
ଓଡିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ଭବାନୀପାଟଣା :ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡିଶା ଅଧୀନରେ ୨୦ବର୍ଷ ହେବ ୪୨୦୦ ପରିଚାଳନା କର୍ମଚାରୀ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ପ୍ରକାର କାର୍ଯ୍ୟକୁ ନିଷ୍ଠାର ସହିତ ତୁଲାଇ ଆସୁଛନ୍ତି। ସେପରି ଭାବରେ କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକରେ ସର୍ବମୋଟ ୨୬ ଜଣ ସ୍ଵାସ୍ଥ୍ୟ ମିଶନ ପରିଚାଳନା କାର୍ଯ୍ୟରତ ଏବଂ ସମାନ ଢଙ୍ଗରେ ନିଜର ଦାୟିତ୍ୱ କୁ ଅତି ସୁନ୍ଦର ଭାବରେ ପ୍ରତିପାଦନ କରିଆସୁଛନ୍ତି। ଫଳସ୍ୱରୂପ ସେମାନଙ୍କ କାର୍ଯ୍ୟପାଇଁ ଓଡିଶା ସ୍ୱାସ୍ଥ୍ୟ ବିଭାଗ ଜାତୀୟ ସ୍ତରରେ ବହୁବାର ପୁରସ୍କୃତ ହେବାର ନଜିର ଅଛି। ହେଲେ ସରକାର ତାଙ୍କର ନାର୍ଯ୍ୟ ଦାବୀ ଗୁଡିକୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି। ଜିଲ୍ଲାର ସମସ୍ତ ସଦର ମହକୁମାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ତାଙ୍କର ଦୁଇ ଗୋଟି ଦାବୀ ଯଥା ଜନ ସ୍ଵାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଓ ଚାକିରୀ ସ୍ଥାୟୀ କରଣ କୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରକାଶ ଥାଉକି, ଆଜିଠାରୁ କଳାହାଣ୍ଡି ଜିଲ୍ଲାର ୨୬ଜଣ ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତିଏବଂ ସରକାର ସେମାନଙ୍କ ଦାବୀକୁ ପୂରଣ ନ କରନ୍ତି ତାହାହେଲେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘର କର୍ମକର୍ତା ଆଜି ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଭାବନି ଶଙ୍କର ସିଂ_ଜ୍ଞାନେନ୍ଦ୍ର ଭୋଇ, ସଧାରଣ ସମ୍ପାଦକ, ପ୍ରିୟ ରଞ୍ଜନ ପଣ୍ଡା, ଅମୂଲ୍ୟ ନାୟକ ପ୍ରମୁଖ କର୍ମକର୍ତା ଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଳକର କର୍ମଚାରୀମାନେ ଯୋଗଦାନ କରିଥିଲେ। କଳାହାଣ୍ଡି ସଂଘର କର୍ମକର୍ତ୍ତା ମାନେ ତାଙ୍କ ଦାବିକୁ ନେଇ କଳାହାଣ୍ଡି ସାଂସଦ ମାନନୀୟା ମାଲବିକା ଦେବୀଙ୍କୁ ତଥା ମୁଖ୍ୟ ଚିକିତ୍ସାକାରି ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ କଳାହାଣ୍ଡି ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ। କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ।