୨ଟି ଦୁର୍ଘଟଣାରେ ୪ ମୃତ, ୧୫ ଆହତ

Apr 6, 2024 - 15:29
 38

ଗଞ୍ଜାମ: ଓଡ଼ିଶାର ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ଘଟିଥିବା ୨ଟି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୫ ଆହତ ହୋଇଛନ୍ତି। ପିକଅପ୍‌ ଭ୍ୟାନ ଓଲଟି ୨ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ୧୫ ଆହତଙ୍କ ମଧ୍ୟରୁ ୧୧ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ପିକଅପ୍‌ ଭ୍ୟାନରେ ଡ୍ରାଇଭରଙ୍କ ସହ ଥିଲେ ୨୨ ଜଣ ଦଣ୍ଡୁଆ। ବ୍ରହ୍ମପୁରରୁ କ୍ଷେତ୍ରୀୟ ବ୍ରହ୍ମପୁରକୁ ପିକଅପ୍‌ ଭ୍ୟାନରେ ଯିବାବେଳେ ଦୁର୍ଘଟଣା ଘଟିଛି। ଅନ୍ୟ ଏକ ଦୁର୍ଘଟଣାରେ ବାଇକ୍‌ କୁ ଟିପ୍ପର ଧକ୍କା ଦେବାରୁ ବାପାପୁଅଙ୍କ ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲା ସଦର ଥାନା ବରୁହାଁ ଛକ ନିକଟରେ ବାଇକ୍‌କୁ ଧକ୍କା ଦେଲା ଟିପ୍ପର। ଦୁର୍ଘଟଣାରେ ଘଟଣାସ୍ଥଳରେ ବାପା ଓ ମେଡିକାଲରେ ପୁଅର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଶିମିଳିଆ ପଞ୍ଚାୟତ ଷଠିଆଟଗିରି ଗାଁ ହୋଇଥିବା ସୂଚନା।