ଓଡ଼ିଶାରେ ଏପ୍ରିଲ ୭ ଓ ୮ ରେ ବିସ୍ତୃତ ବର୍ଷା ସମ୍ଭାବନା

Apr 6, 2024 - 15:28
 8

ଭୁବନେଶ୍ୱର: ଜଳୁଛି ଭୁବନେଶ୍ୱର। ଶୁକ୍ରବାର ଦିନ ସାଢେ ୨ଟା ସୁଦ୍ଧା ଦିନ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିବା ରେକର୍ଡ କରାଯାଇଛି। ରାଜ୍ୟରେ ଏପ୍ରିଲ ୭ ଓ ୮ ତାରିଖରେ ବିସ୍ତୃତ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ କୁଆପଥର ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ଚାଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।