ଲୋକାର୍ପିତ ହେବ ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭର୍

Mar 11, 2024 - 17:05
 17
ଲୋକାର୍ପିତ ହେବ ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭର୍

ଭୁବନେଶ୍ୱର: ଆଜି ଲୋକାର୍ପିତ ହେବ ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭର୍। ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିବେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦୁଝର ଯୋଡ଼ା ସହରରେ ନିର୍ମାଣ ହୋଇଛି ଏହି ଫ୍ଲାଏ ଓଭର୍। ଖର୍ଚ୍ଚ ହୋଇଛି ୨୫୦ କୋଟି ଟଙ୍କା। ଏହା କାର୍ଯ୍ୟକ୍ଷମ ହେବା ଦ୍ୱାରା ଯୋଡ଼ା ସହରରେ ଟ୍ରାଫିକ ଓ ପ୍ରଦୂଷଣ ଜନିତ ସମସ୍ୟା ଦୂର ହେବ। ଖଣିଜ ପରିବହନରେ ମଧ୍ୟ ସହାୟକ ହେବ ଏହି ଫ୍ଲାଏ ଓଭର୍।