ଟ୍ରେଲର ଓଲଟି ୩ ମୃତ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା କଟାପାଲି ନିକଟରେ ଏକ ଗୋରୁ ବୋଝେଇ ଟ୍ରକ୍ ଓଲଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଗୁରୁତର ଦୁଇ ଜଣଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କିଛି ଗୋରୁ ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି। ଟ୍ରେଲର ଟି ବରଗଡ଼ ରୁ ସମ୍ବଲପୁର ଯାଉଥିଲା।