ବିଜେବି କଲେଜକୁ ସ୍ପଷ୍ଟୀକରଣ ମାଗିଲା ଉଚ୍ଚସିକ୍ଷା ବିଭାଗ

ଭୁବନେଶ୍ୱର: ବିଜେବି କଲେଜକୁ ସ୍ପଷ୍ଟୀକରଣ ମାଗିଲା ଉଚ୍ଚଶିକ୍ଷା ବିଭାଗ। ୩ଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ସମ୍ପାଦନ କରିନଥିବାରୁ ସ୍ପଷ୍ଟୀକରଣ ମଗାଯାଇଛି। ଡିସେମ୍ବରରୁ ଅଟୋନମସ୍ ପାହ୍ୟା ଶେଷ, ନବୀକରଣ କଲେଜ ପକ୍ଷରୁ ପଦକ୍ଷେପ ନିଆଯାଇନାହିଁ। ବାରମ୍ବାର ତାଗିଦ ସତ୍ତ୍ୱେ ନାକ୍ ଆକ୍ରେଡିସନ୍ କାମ ସଂପୂର୍ଣ୍ଣ କରାଯାଇନାହିଁ ଓ ଗଭର୍ଣିଂ ବଡି ପୁନଃ ଗଠନ ପାଇଁ କଲେଜରୁ ପ୍ରସ୍ତାବ ମିଳିନାହିଁ। ଏନେଇ ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ କଲେଜ ଅଧକ୍ଷଙ୍କୁ ବିଭାଗୀୟ ନିର୍ଦ୍ଦେଶ ଦିଆଯାଇଛି। ଆଜି ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ବିଜୁ ଛାତ୍ର ଜନତା ଦଳ ଓ ଏବିଭିପି ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଏଥିରେ ଏବିଭିପିର ୬ ଜଣ ଛାତ୍ର ଆହତ ହୋଇଛନ୍ତି। ଏବିଭିପିର କୋର୍ କମିଟି ଗଠନକୁ ନେଇ ବିବାଦ ଯୋଗୁଁ ଏହି ଘଟଣା ଘଟିଥିବା ସୂଚନା ମିଳିଛି।