ଜୀବନ ର ଅର୍ଥ

By: ମଧୁସ୍ମିତା ସାହୁ
ବିଭିନ୍ନ ରଙ୍ଗବିରଙ୍ଗ ରୂପକ ସମ୍ମିଶ୍ରଣରେ ଜୀବନ ଗଢି ଉଠିଥାଏ। ଜୀବନ ମାନେ
ଜୀ--ଜୀତିବା
ବ--ବଡ ଆଶା ଓ ସ୍ୱପ୍ନକୁ
ନ--ନବୀନ ଚିନ୍ତାଧାରା
ଅର୍ଥାତ୍ ଜୀବନରେ ସମସ୍ତ ଆଶା ଓ ସ୍ୱପ୍ନକୁ ନବୀନ ଚିନ୍ତା ଧାରେ ପରିବର୍ତ୍ତନ କରି ପାଛୋଟି ନେବା ତେବେ ଜୀତିବା ଅବଶ୍ୟ।
ଜୀ-- ଜୀଣିବା
ବ-- ବଡ଼
ନ-- ନାମ
ବଡ଼ ନାମ ର ଅର୍ଥକୁ ଜୀଣିବା ଅର୍ଥାତ ସୁକର୍ମ ବଳରେ ଖ୍ୟାତିସମ୍ପନ୍ନ ହୋଇ ଯୁଗ ସୁଗନ୍ଧି ଅମର ହୋଇ ରହିବା।
ଜୀ---ଜୀବନକୁ
ବ---ବିଶେଷ
ନ---ନୀୟମ
ଜୀବନକୁ ବିଶେଷ ନୀତି ନୀୟମରେ ବାନ୍ଧି ଶୃଙ୍ଖଳିତ କରି ଦିଗବିଜୟୀ ପରାକ୍ରମୀ ହେବା।
ଜୀ--- ଜୀବିକା
ବ---ବୃଦ୍ଧି
ନ--- ନମୁନା
ଜୀବନ ର ଜୀବିକା ନିର୍ବାହ ପାଇଁ ବୃଦ୍ଧି ର ନମୁନା ସଂରକ୍ଷିତ ଓ ସଂଗୃହିତ କରି ଆଗକୁ ବଢିବା।
ଜୀବନ ମାନେ ଅନେକ ପ୍ରକାର ପରିଭାଷା ରୂପରେ ପରିଚୟ ମିଳେ।
ସବୁପ୍ରକାର ରଙ୍ଗବିରଙ୍ଗ ରୂପକ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅନୁଧ୍ୟାନ କରିବା ଅଟେ।
ସବୁପ୍ରକାର ସ୍ବାଦର ଫେଣ୍ଟାଫେଣ୍ଟିର ସଂଗମ ସ୍ଥଳୀ ।
ଏହି ଜୀବନର ସୁଗନ୍ଧରେ ମହକି ଉଠିବା ପାଇଁ ଅନେକ ଫୁଲ ସହ କଣ୍ଟାକୁ ଅତିକ୍ରମ କରିପାର ହୋଇ ଆସିଥାଉ।
କେବେ ଲୁହର ଆର୍ଦ୍ରତାର ନଦୀରେ ବୁଡ଼ି ମରିବା ହୁଏ,କେବେ ଦୁଃଖ ର ମରୁ ବାଲି ରେ ତାତି ସହ ତୋଫାନ, ଘୁର୍ଣ୍ଣିଝଡ,ବାତ୍ୟାକୁ ସହ୍ୟ କରିବାକୁ ପଡ଼େ। କେବେ ନୈରାଶ୍ୟ ସମୁଦ୍ରରେ ଭାସିବାକୁ ପଡେ,ପୁଣି କେବେ ନିନ୍ଦା ଅପବାଦ ର ଭୂମିକମ୍ପ ରେ ଚାପି ହୋଇଯାଏ,ପୁଣିକେବେ
ଅଭାବ କଷଣର ମରୁଡି ରେ ଡହଳବିକଳ ହୋଇପଡେ। ଜୀବନ ନୌକାରେ ବସି ପାର କରିବାକୁ ଅନେକ ଘାତ ପ୍ରତିଘାତ ଦେଇ ଅତିକ୍ରାନ୍ତ ହେବାକୁ ପଡେ।
ଯଦି ଜୀବନ ନୌକା ର ନାବିକ ସ୍ବୟଂ ଭଗବାନ ହୁଅନ୍ତି ତେବେ ତାଙ୍କ ଭରୋସାରେ, ଆସ୍ଥା ବିଶ୍ଵାସ ମୂଳରେ ସବୁ ସହଜ ହୋଇପଡେ। ତଥାପି ସଂଘର୍ଷ ର ଅନ୍ୟନାମ ଜୀବନ। ବିନା ସଂଘର୍ଷ ରେ ତୁମକୁ ଭଗବାନ କେବେ ସହାୟତା କରନ୍ତି ନାହିଁ। ଜୀବନ ମାନେ ଛୋଟବଡ ପ୍ରଶ୍ନ ଉତ୍ତର ର ପରୀକ୍ଷା ସ୍ଥଳ।
ଦୋ ଛକି ଜୀବନ ରେ ଛାଇ ଆଲୁଅ ଖେଳ ଚାଲି ରହିଥାଏ। କେତେବେଳେ ଘୋର ଅନ୍ଧକାର ସହ ବାଟବଣା ହୋଇ ପଡିଥାଉ, ପୁଣି କେତେ ବେଳେ ନିରୁପାୟ, ନିରୁତ୍ତର, ନିର୍ଜନ ଇଲାକାରେ ଶ୍ୱାସରୁଦ୍ଧ ହୋଇପଡୁ।
କେତେବେଳେ ଫେରିବାର ଆଶା ବାନ୍ଧିଥିବା ପଥ ନୈରାଶ୍ୟ ବାଲିରେ ପୋତି ହୋଇଯାଏ
ପୁଣି କେତେ ବେଳେ ସକ୍ରିୟ ହୋଇ ସବୁ ଦିଗ ଆଲୋକିତ ହୋଇପଡେ। ଚତୁଃପାର୍ଶ୍ଵରେ ମଳୟ ପବନ ବହିଆସି ମନକୁ ଆନନ୍ଦିତ କରିଦିଏ।
ଜୀବନ ସତ୍ୟ ଓ ମିଥ୍ୟା ର ସଂଗମ ସ୍ଥଳ। ଯଦି ବିଶ୍ଵାସ, ଆସ୍ଥା, ମନୋଭାବ ଦୃଢ଼ତା ଓ ସୁଦୂଢ ହୁଏ ତେବେ ସତ୍ୟର ଆସ୍ତିକ ସୂର୍ଯ୍ୟଙ୍କ ଉଦିୟମାନ ହୋଇଥାଏ। ଯଦିଓ ଅବିଶ୍ବାସ, ସନ୍ଦେହ, ସଙ୍କୋଚ ଆସେ ତେବେ ସମସ୍ତ କ୍ଷେତ୍ରର ମିଥ୍ୟା ଅଭିଯୋଗ ଆସେ। ଆତ୍ମା ବିଶ୍ଵାସ ଶକ୍ତ ପାହାଡ ଭଳି ସମସ୍ତ ଦୂର୍ବଳ ମୁହୁର୍ତ୍ତ କୁ ପରାସ୍ତ କରିପାରେ।
ଜୀବନ ଜନ୍ମ ଓ ମୃତ୍ୟୁର ବିରାଟ ବାସ୍ତବିକ
ତଥ୍ୟରେ ଛନ୍ଦି ହୋଇଅଛି । ଜୀବନ କାଳ ର ସବୁ ମୋହ ମାୟା ,ଲୋଭ, ସମ୍ପର୍କ ର ବନ୍ଧନରେ ଏପରି ବୁଡି ରହିଯାଇଛି ଯେ ମୃତ୍ୟୁର ନାମ ମାତ୍ରକେ ଭୟ ଓ ହତାସ ଅନୁଭଵ କରିଥାଏ । ଜନ୍ମର ଖୁସି ରେ ଲାଳନପାଳନ, ପ୍ରତିପୋଷଣ, ଦାୟିତ୍ୱ, କର୍ତ୍ତବ୍ୟବୋଧ ରେ ଜୀବନ ଶୈଳୀ ଅତ୍ୟନ୍ତ ବ୍ୟସ୍ତବହୁଳ ହୋଇ ପଡିଥାଏ। ବୟସର ଅପରାହ୍ନ ରେ ପହଞ୍ଚି ଗଲା ପରେ ରୋଗ ବ୍ୟାଧି, ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ମୃତ୍ୟୁ ସ୍ବାଭାବିକ, ତଥାପି ଆକସ୍ମିକ ମୃତ୍ୟୁ ପରିବାର ର ମୂଳଦୁଆ କୁ ଅସ୍ତବ୍ୟସ୍ତ କରି ମର୍ମାହତ କରି ପକାଇଥାଏ। ଜୀବନର ସାରତତ୍ବ ହେଉଛି ଜନ୍ମ ମାନେ ମୃତ୍ୟୁ ଅନିବାର୍ଯ୍ୟ ଅଟେ। ବିରାଟ ସତ୍ୟକୁ ସ୍ବୀକାର କରି ଯେତେ ଦିନ ପଯ୍ୟନ୍ତ ବଞ୍ଚି ରହିବା ଗର୍ବ , ଅହଂକାର, ହିଂସା,ଦ୍ବେଷ, ପର ଆପଣା ଭେଦ ଭାବ ଭୁଲି ସମସ୍ତଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ସହ ସବୁ ପରିସ୍ଥିତିରେ ନିଜ ପାଖରେ ଧୈର୍ଯ୍ୟ ଓ ମନୋବଳର ସୂତ୍ରକୁ ପ୍ରୟୋଗ କରିବା ।
ଜୀବନର ପ୍ରତି ଦିନ ଏକ ପାହାଚ ସ୍ବରୂପ । ସେହି ପାହାଚ କୁ ଅତିକ୍ରମ କରି ଗଲାବେଳେ
ପ୍ରତ୍ୟେକ ସୁଖଦ ମୁହୁର୍ତ୍ତ କୁ ସାଉଁଟି ରଖିବା ଓ ଦୁଃଖ ତଥା ଜଟିଳ ସମସ୍ୟା ଭିତରୁ କିଛି ଶିକ୍ଷଣୀୟ ତଥ୍ୟ ଗ୍ରହଣ କରି ଆଗକୁ ବଢି ଚାଲିବା। ପଛକୁ ଯେତେ ଦେଖିବା ସେତେ ବିଷାଦଗ୍ରସ୍ଥ ଓ ମାନସିକ ସନ୍ତୁଳନ ହରାଇ ବସିବା ସହ ପଶ୍ଚାତାପ ଓ ଅନୁତାପ ର ଅଗ୍ନିରେ ଦଗ୍ଧ ହେବା ନାହିଁ। କେବଳ ଆଗକୁ ମାଡ଼ି ଚାଲିବା।
ଯଦି ପଛକୁ ଦେଖିବା ତେବେ ଅଳିଆ ଆବର୍ଜ୍ଜନା ରେ ହାତଦେଇ ର୍ଦୂଗନ୍ଧ କରିବା ବ୍ୟତିତ କିଛି ନାହିଁ।
ଅତୀତରୁ ଶିକ୍ଷା ନେବା, ବର୍ତ୍ତମାନ ରେ ବଞ୍ଚିବା ସହିତ କାର୍ଯ୍ୟକାରି କରି ଭବିଷ୍ୟତ କୁ ସୁଦୃଢ କରିବାର ଯୋଜନାକୁ ସଫଳ କରିବା। ଜୀବନକୁ ମଧୁମୟ କରି ନିଜେ ହସଖୁସିରେ ବଞ୍ଚିବା ସହିତ ଅନ୍ୟକୁ ହସିହସାଇ ସବୁ ଦୁଃଖ କୁ ଫେଡିନେବା।
ଭଗବତ ବିଶ୍ଵାସୀ ହୋଇ ସମର୍ପିତ ହୋଇ ଉତ୍ତମ ଜ୍ଞାନ, ଚରିତ୍ର, ବିଚାର,ଆଚରଣ କୁ ଧାରଣ କରିଲେ ସବୁ ସଂକଟ ନିମିଷେ ଦୃଢ଼ୀଭୂତ ହୋଇପଡେ। ଜୀବନ ର ପ୍ରତ୍ୟେକ କ୍ଷଣକୁ ଭରପୁର ଉପଭୋଗ କରି ସେଥିରୁ ଶିକ୍ଷଣୀୟ ତଥ୍ୟ ଗ୍ରହଣ କରିବା।
ଜୀବନ ର ମୂଲ୍ୟବୋଧ କୁ ଜାଣି ହୃଦୟଙ୍ଗମ କରିବା ହିଁ ଶ୍ରେୟସ୍କର ମଣିଷର ପରିଚୟ।
ବଞ୍ଚିବା ଓ ଅନ୍ୟକୁ ବଞ୍ଚିବା ରେ ସାହାଯ୍ୟ କରିବା।
***********
ବ୍ରହ୍ମା ନଗର ପ୍ରଥମ ଗଳି
ବ୍ରହ୍ମପୁର
ଜିଲ୍ଲା-ଗଞ୍ଜାମ
ଓଡ଼ିଶା
ମୋ--୯୩୪୮୨୮୫୪୧୬