କଟକରେ ବ୍ରିଜ୍‌ ସ୍ଲାବ ଭୁଶୁଡ଼ି ୩ ମୃତ, ମୃତକଙ୍କ ପରିବାରକୁ ୫ ଲକ୍ଷ ଅନୁକମ୍ପା ରାଶି

May 4, 2025 - 18:41
 9

କଟକ: କଟକ ଖାନ୍‌ନଗର ବ୍ରିଜ୍‌ ନିର୍ମାଣ ବେଳେ କଂକ୍ରିଟ ସ୍ଲାବ ଖସି ୩ ଜଣ ପ୍ରାଣ ହରାଇଛନ୍ତି। ୫ ଜଣଙ୍କୁ ଗୁରୁତର ଅବସ୍ଥାରେ SCBରେ ଭର୍ତ୍ତି ପରେ ୩ ଜଣଙ୍କ ମୃତୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ସାଇଟ୍ ଇଞ୍ଜିନିୟର ଥିବା ସୂଚନା ଆଉ ୨ ଜଣ ଶ୍ରମିକଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି। କ୍ରେନ୍‌ ଭାଙ୍ଗିଯିବାରୁ ବ୍ରିଜ୍‌ର ସ୍ଲାବ୍‌ ଖସି ପଡ଼ି ଚାପି ହୋଇଗଲେ। ମୃତକଙ୍କ ପରିବାରକୁ ୫ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।