ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ
ଭବାନୀପାଟଣା: ଆଜି କଂଗ୍ରେସ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ମଣ୍ଡି ସମସ୍ୟାର ସମାଧାନ ଓ କଟନୀଛଟନୀ ବନ୍ଦ ଦାବିରେ ବନ୍ଦ ପାଳନ କରାଯାଉଛି। ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି। କର୍ଲାପଡ଼ା ନିକଟରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ।