ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ମା ଙ୍କ ପ୍ରଚାର ପ୍ରସାର ନିମନ୍ତେ "ମାତା କି ଜାଗରଣ" କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର: ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ଶ୍ରୀ ନିଶିକାନ୍ତ ମିଶ୍ର, ସଭାପତି ଡ଼ ନାରାୟଣ ମହାପାତ୍ର, ସମ୍ପାଦକ ଶ୍ରୀ ଉମାନାଥ ମିଶ୍ର ଙ୍କ ସଂଯୋଜନା ରେ ମା ଆଦିଶକ୍ତି ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଉଇନର ଆସୋସିଏସନ,(ବଡ ଗଣେଶ )ଇମ୍ଫା ପାର୍କ ପାଖ ସହିଦନଗର ଠାରେ "ମାତା କି ଜାଗରଣ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରାମ ଚନ୍ଦ୍ର ଦାସ ମହାପାତ୍ର ଓ ମୁଖ୍ୟ ବାଡଗ୍ରାହୀ ମା ସୁଭଦ୍ରା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ, ଓ ତାଙ୍କ ଆଶ୍ରିବଚନ ମା ଙ୍କ ଏହିପରି କାର୍ଯ୍ୟକ୍ରମ ସମସ୍ତେ କରନ୍ତୁ ବୋଲି ଉପଦେଶ ଦେଇଥିଲେ। ଦୀର୍ଘ ଦିନ ଧରି ଟ୍ରଷ୍ଟ ପକ୍ଷରୁ ମା ଙ୍କ ପ୍ରଚାର ଓ ପ୍ରସାର କରୁ ଥିବାରୁ ଟ୍ରଷ୍ଟ ର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ବାବୁ ସିଂ ଏମ ଏଲ ଏ (ଏକାମ୍ର )ଶ୍ରୀ ଜଗନ୍ନାଥ ପ୍ରଧାନ ଶ୍ରୀ ମଧୁ ମାଧବ ଜେନା, ପ୍ରଭାକର ମଲ୍ଲିକ, ପ୍ରଫୁଲ୍ଲ ସାହୁ, ଶ୍ରୀ ସୁଦୀପ୍ତ କୁମାର ସ୍ୱାଇଁ, ବୁଲୁ ଚୌଧୁରୀ, ଶ୍ରୀ ଅମରେଶ ଜେନା, ନରେଶ ଚନ୍ଦ୍ର ସାହୁ, ଦେବାଶିଷ ରାୟ, ରବୀନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିବା ସହ ଆଗାମୀ ଦିନରେ କିପରି ଏହା ଓଡିଶା ରେ କରାଯାଇ ପାରିବ ସମସ୍ତେ ସହଯୋଗ କରିବାକୁ ପ୍ରତଶୃତି ଦେଇଥିଲେ।