୭୫ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କୋରାପୁଟ ସାହିତ୍ୟ ପରିବାର ଓ ଜିଲ୍ଲା ପ୍ରଶାସନ, କୋରାପୁଟ ପକ୍ଷରୁ କବିତା ଆସର ଓ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
କୋରାପୁଟ : ୭୫ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କୋରାପୁଟ ସାହିତ୍ୟ ପରିବାର ଓ ଜିଲ୍ଲା ପ୍ରଶାସନ, କୋରାପୁଟ ପକ୍ଷରୁ କବିତା ଆସର ଓ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ୭୫ ତମ ସାଧାରଣତନ୍ତ୍ର ଦିବସ ର ପୂର୍ବ ସନ୍ଧ୍ୟା ରେ ଆଜି କୋରାପୁଟ ସାହିତ୍ୟ ପରିବାର ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ କବିତା ପାଠୋତ୍ସବରେ ଚକ୍ରପାଣି ପରିଚ୍ଛା ଙ୍କ କବିତା ସଂକଳନ ‘ଶୁନ୍ୟ ଆରୋହଣ ‘ ଓ ବିଜୟ ପ୍ରଧାନଙ୍କ ଦ୍ୱାରା ଅନୁଦିତ ଶିଶୁ ପୁସ୍ତକ ‘ ବଇଁଶୀବାଲା’ ପାଠକାର୍ପଣ ହୋଇଯାଇଛି l ଏହି ଅବସରରେ କୋରାପୁଟ ସହର ତଥା ଆଖପାଖ ଅଞ୍ଚଳର ବହୁ କବି ଏବଂ କବୟିତ୍ରୀ ଯୋଗ ଦେଇ ନିଜ ନିଜ କବିତା ଆବୃତ୍ତି କରି କାର୍ଯ୍ୟକ୍ରମକୁ ସରଗରମ କରିଥିବା ଦେଖିବାକୁ ମିଳିଅଛି l