ପୁସ୍ତକ "ଜୀବନ ରତ୍ନ" ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

କୋରାପୁଟ : ( ରିପୋର୍ଟ ତ୍ରିନାଥ ପଟ୍ଟନାୟକ ): ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ହାଇକୁକାର କୃଷ୍ଣଚନ୍ଦ୍ର ହୋତାଙ୍କ ହାଇକୁ ପୁସ୍ତକ *ଜୀବନ ରତ୍ନ* ଲୋକର୍ପିତ ହୋଇଯାଇଛି। କବି କୃଷ୍ଣଚନ୍ଦ୍ର ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବାଗ୍ମୀ ନଳିନୀ ରଞ୍ଜନ ମିଶ୍ର, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ସାହିତ୍ୟିକ ଲଷ୍ମୀକାନ୍ତ ପାଢ଼ି,ସମ୍ମାନିତ ବକ୍ତା ଭାବେ ଯଥାକ୍ରମେ ପ୍ରମେୟ ଜୟପୁର ସଂସ୍କରଣର ମୁଖ୍ୟ ପରିଚାଳକ ପ୍ରକାଶ ଚନ୍ଦ୍ର ଦାଶ,ବିଶିଷ୍ଟ ଶିକ୍ଷାବିତ ଡ. ପ୍ରଦୀପ କୁମାର ମିଶ୍ର, ଆଦିବାସୀ ସଂସ୍କୃତି ଗବେଷକ ଡ. ରାଜେନ୍ଦ୍ର ପାଢ଼ୀ ଏବଂ ସମ୍ମାନିତ ଅତିଥିଭାବେ ସାହିତ୍ୟିକ ହରିହର କରସୁଧା ପଟ୍ଟନାୟକ ଯୋଗଦେଇ ପୁସ୍ତକ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।ହାଇକୁ ପୁସ୍ତକର ରଚୟିତା କବି କୃଷ୍ଣଚନ୍ଦ୍ର ହୋତା ନିଜ ପୁସ୍ତକ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ କବି ଯଜ୍ଞେଶ୍ଵର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ଆମନ୍ତ୍ରଣ କରିଥିବା ବେଳେ କବି ଘାସିରାମ ମହାପାତ୍ର ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ସାହିତ୍ୟିକ ଡ. ସୁଧାଂଶୁ ଶେଖର ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ମୁଦିରଥ ହୋତା ବେଦପାଠ କରିଥିଲେ। ହାଇକୁକାର ପ୍ରକାଶ ମହାନନ୍ଦିଆ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଓ ମହିମାମଣ୍ଡିତ କରିଥିବା ସହିତ୍ୟାନୁରାଗୀଗଣ ହେଲେ- ନାରାୟଣ ପାତ୍ର, ଅଶୋକ ମହାରଣା, ଅଶୋକ କୁମାର ପୋଳେଇ, ଆଲୋକ ମହାରଣା, ପରମେଶ୍ୱର ପାତ୍ର, ମଧୁସୂଦନ ମିଶ୍ର, ପ୍ରମୋଦ କୁମାର ରାଉଳ, ଯୁଧିଷ୍ଠିର ମଲିକ, ସୁନନ୍ଦା ହୋତା, କିଶୋର ଚନ୍ଦ୍ର ହୋତା, ରାମଚନ୍ଦ୍ର ହୋତା, ଡ. ପ୍ରମୋଦିନୀ ହୋତା, ବୈରାଗୀ ଚରଣ ସାହୁ, ଶୋଭାଗିନୀ ନନ୍ଦ, ପ୍ରତୀତ କାଞ୍ଚନ ସାହୁ, ନାରାୟଣ ସଗର, ସଂଯୁକ୍ତା ରାଉତ, ସନ୍ତୋଷ କୁମାର ପାତ୍ର, ଚନ୍ଦ୍ରକାନ୍ତ ସୁତାର, ଉଦୟ ଶଙ୍କର ଜାନି, ଅବିନାଶ ସାନ୍ତ୍ରାପାତ୍ର, ଉମାକାନ୍ତି ବାଇପାଇ, ସନ୍ତୋଷ ପଟ୍ଟନାୟକ, ପ୍ରସାଦ ବେହେରା ଏ. କ୍ରିଷ୍ଣା, ରାଜେନ୍ଦ୍ର ପୁରୋହିତ, ରାଜେନ୍ଦ୍ର ଗୌଡ଼ଙ୍କ ସମେତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ର ଛାତ୍ରୀଛାତ୍ରୀଗଣ।