ଭୁବନେଶ୍ବରରେ ପେପର୍ କପ୍ ରେ ଚା ବିକ୍ରି ମନା
ଭୁବନେଶ୍ୱର: ଭୁବନେଶ୍ଵରରେ ପେପର୍ କପ୍ ରେ ଚା ବିକ୍ରି କରିପାରିବେନି ଦୋକାନୀ। ମାଟି କପ୍ ଓ ପୁନଃ ଉପଯୋଗ କପ୍ ରେ ଚା ବିକ୍ରି ହୋଇପାରିବ। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମାରେ ଖାଦ୍ୟ ଦୋକାନରେ ସ୍ବଚ୍ଛତା ଉପରେ ଦିଆଯାଇଛି ଗୁରୁତ୍ଵ। ଖାଦ୍ୟ ପରୋଷିବା ବେଳେ ମୁହଁରେ ମାସ୍କ, ହାତରେ ଗ୍ଲୋଭସ୍ ଓ ଆପ୍ରନ ପିନ୍ଧିବେ ଦୋକାନୀ।