ବଳଦେବ ଜୀଉଙ୍କ ମନ୍ଦିରରୁ ଚୋରି
କେନ୍ଦୁଝରେ: କେନ୍ଦୁଝର ଜିଲ୍ଲାରେ ଥିବା ବଳଦେବ ଜୀଉଙ୍କ ମନ୍ଦିରରୁ ଚୋରି ହୋଇଥିବା ଜଣାପଡ଼ିଛି। କେହି ଦୁର୍ବୃତ୍ତ ମନ୍ଦିରରେ ପ୍ରବେଶ କରି ହୁଣ୍ଡି ଓ ଦାନବାକ୍ସ ଲୁଟ୍ କରିଥିବା ସୂଚନା ମିଳିଛି। ଦୀର୍ଘ ଦିନ ହେଲା ଖୋଲି ନଥିଲା ଦାନବାକ୍ସ। ଘଟଣାସ୍ଥଳରେ ପହଞ୍ଚି ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।