ଓଲଟିଲା ପିକ୍ ଅପ୍ ଭ୍ୟାନ୍, ୪ କାଉଡ଼ିଆ ଗୁରୁତର
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ତେନ୍ତୁଳିଆପଡ଼ାରେ ପିକ୍ ଅପ୍ ଭ୍ୟାନ୍ ଓଲଟିବାରୁ ୪ ଜଣ କାଉଡ଼ିଆ ଗୁରୁତର ଆହତ ହୋଇଛନ୍ତି। ବରଗଡ଼ ହରିଶଙ୍କରରେ ଜଳଲାଗି କରି ବାଲେଶ୍ଵର ଫେରୁଥିଲେ କାଉଡ଼ିଆ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।