କାଲିଠୁ ଏପ୍ରିଲ୍ ୬ ପର୍ଯ୍ୟନ୍ତ ଓଡ଼ିଶାରେ ଅସହ୍ୟ ତାତି

Apr 3, 2024 - 16:17
 10

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ସ୍ଥାନରେ କାଲିଠୁ ଏପ୍ରିଲ୍ ୬ ତାରିଖ ଯାଏଁ ଅସହ୍ୟ ତାତି ଅନୁଭୁତ ହେବାର ସମ୍ଭାବନା ରହିଛି। ଅତ୍ୟନ୍ତ ଆବଶ୍ୟକ ନଥିଲେ ଖରା ସମୟରେ ଘର ନ ବାହାରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଗାମୀ ଦିନରେ ଓଡ଼ିଶାରେ ତାପମାତ୍ରା ୪-୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏପ୍ରିଲ୍ ୬ ରୁ ୮ ମଧ୍ୟରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା ହୋଇପାରେ |