ମ୍ୟାଟ୍ରିକ ପାସ୍ ହାର ୯୬.୦୭ ପ୍ରତିଶତ

May 26, 2024 - 23:31
 23
ମ୍ୟାଟ୍ରିକ ପାସ୍ ହାର ୯୬.୦୭ ପ୍ରତିଶତ

ଭୁବନେଶ୍ୱର: ପ୍ରକାଶ ପାଇଛି ଓଡ଼ିଶା ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ପାସ୍ ହାର ରହିଛି ୯୬.୦୭ ପ୍ରତିଶତ। ଛାତ୍ରଙ୍କ ତୁଳନାରେ ଛାତ୍ରୀ ମାନେ ଭଲ କରିଥିବା ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ।

ଛାତ୍ରୀଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ଥିବା ଜଣାପଡ଼ିଛି।

ଦିନ ୧୧:୩୦ ରୁ ବୋର୍ଡ ୱେବସାଇଟ୍ www.bse.ac.in ରେ ଛାତ୍ରଛାତ୍ରୀ ମାନେ ଫଳାଫଳ ପାଇ ପାରିବେ। ୱାଟ୍ ସ୍ ଅପ୍ ନମ୍ବର ୭୭୧୦୦୫୮୧୯୨ ମାଧ୍ୟମରେ ଡିଜିଟାଲ ସାର୍ଟିଫିକେଟ ଅପରାହ୍ନ ୪ଟାରେ ଉପଲବ୍ଧ ହେବ।