ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୬୦ ବର୍ଷୀୟ ବୃଦ୍ଧ ଅଭିଯୁକ୍ତ ପୋଲିସ କବଜାରେ

May 25, 2024 - 23:53
 9
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୬୦ ବର୍ଷୀୟ ବୃଦ୍ଧ ଅଭିଯୁକ୍ତ ପୋଲିସ କବଜାରେ

ନୂଆପଡ଼ା : ( ଗଣେଶ ଚନ୍ଦ୍ର ବାଗ) ଦିନକୁ ଦିନ ରାଜ୍ୟ ସରକାର କେନ୍ଦ୍ର ସରକାର ଶିଶୁ ସୁରକ୍ଷା ପାଇଁ ଅନେକ ସଚେତନତା କରୁଛନ୍ତି। ଯେମିତି କୌଣସି କିଶୋରୀ ବାଳିକା ଯୌନ ନିର୍ଯାତନାର ଶିକାର ନ ହେବେ ହେଲେ ଆଜିକୁ ଏମିତି ଅଶିକ୍ଷିତ ଚିନ୍ତାଧାରା ନେଇ ରହିଥିବା ଅମାନୁସିକ ବ୍ୟକ୍ତିଙ୍କ ପାଇଁ ଆଜି କୁନି ଶିଶୁ ମାନେ ମଧ୍ୟ ସୁରକ୍ଷିତ ନାହାନ୍ତି। ଯାହା ଆଜି ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅଧୀନରେ ଥିବା ଭଇସାଦାନୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବନ ପାହାଡ଼ ଘେରା ପାଟଦରା କୋଦୋଭଟା ଗାଁରୁ ଯେଉଁଥି ଶିକ୍ଷା,ସଚେତନାର ଅଭାବ ସେହି ଗାଁରୁ ଆସିଛି ଏକ ସଂଘାତିକ ଅଭିଯୋଗ ଜଣେ ୧୬ ବର୍ଷୀୟ ନାବାଳିକା ଗାଧେଇବା ପାଇଁ ଯାଇଥିବା ବେଳେ ତାହାର ସୁଯୋଗ ନେଇ ସେହି ଗାଁର କୃଷ୍ଣ ଚିନ୍ଦା ( ୬୦) ନାବାଳିକାକୁ ଜୋର୍ ଜବରଦସ୍ତ ବଳାତ୍କାର କରିଥିବା ସୂଚନା ମିଳିଛି। ପିଡୀତା ବୋଡ଼େନ ଥାନାର ଦ୍ବାରସ୍ଥ ହେବା ସହ ଏହା ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଯାହାକୁ ଭିତ୍ତି କରି ବୋଡ଼େନ ପୋଲିସ୍ କେସ ନମ୍ୱର ୧୩୧/୨୦୨୪ ଧାରା ପୋସ୍କୋ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରହିଥିବା ବୋଡ଼େନ ଥାନା ଅଧିକାରୀ ଗୋବିନ୍ଦ ମାଝୀ ସୂଚନା ଦେଇଛନ୍ତି।