ବାହୁଡ଼ା ଯାତ୍ରା ବେଳେ ରଥରେ ଅଣସେବାୟତ ଚଢ଼ିବା ଘଟଣାର ତଦନ୍ତ ହେବ

Jul 15, 2024 - 22:07
 43

ପୁରୀ: ଆଜି ପୁରୀରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ବେଳେ ରଥରେ ଅଣସେବାୟତ ଚଢ଼ିବା ଘଟଣାର ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ରଥରେ ଅଣସେବାୟତ ଦେଖି ତୁରନ୍ତ ତଳକୁ ଓହ୍ଲାଇଦେଲି। କିଏ, କାହିଁକି ରଥ ଉପରେ ଚଢ଼ିଥିଲେ ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି ପାଢୀ। ତଦନ୍ତ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି ।