ମହାବିନାୟକ ମନ୍ଦିରରେ ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

Aug 25, 2023 - 12:01
Aug 28, 2023 - 14:07
 6
ମହାବିନାୟକ ମନ୍ଦିରରେ ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ବର ପକ୍ଷରୁ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ପାଖରେ ଅବସ୍ଥିତ ମହା ବିନାୟକ ମନ୍ଦିର ପରିସରରେ ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର ଙ୍କ ତତ୍ତ୍ଵାବଧାନ ରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମେଡିସିନ ଡାକ୍ତର, ଆଖି ଡାକ୍ତର, ହାଡ଼ ଡାକ୍ତର, ଦାନ୍ତ ଡାକ୍ତର, ଆୟୁର୍ବେଦ ଡାକ୍ତର, ହୋମିଓପାଥି ଡାକ୍ତର ଓ କାନ ଡାକ୍ତର ମାନେ ଯୋଗ ଦେଇଥିଲେ। ଏହି ଶିବିରରେ ରକ୍ତ ପରୀକ୍ଷା, ଆଖି ପରୀକ୍ଷା କରାଯିବା ସହ ହୋମିଓପାଥି ଓ ଆୟୁର୍ବେଦିକ ଔଷଧ ମଧ୍ଯ ମାଗଣା ଦିଆଯାଇଥିଲା। ଡ଼ ସୁରେନ୍ଦ୍ର ସାହୁ, ଡ଼ ସଞ୍ଜିତ ପଣ୍ଡା, ଡ ରବିନ କର ଓ ଆପୋଲୋ ହସ୍ପିଟାଲ ର ଡାକ୍ତର ମାନେ ଓ ଏ ଏସ ଜି ଆଖି ହସ୍ପିଟାଲ ର ଡାକ୍ତର ମାନେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ରେ ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ର ମୁଖ୍ୟ ଟ୍ରଷ୍ଟି ଶ୍ରୀଯୁକ୍ତ ଧନେଶ୍ୱର ସାମଲ, ସ୍ଥାନୀୟ ସରପଞ୍ଚ ରଞ୍ଜନ ଦାଶ, ମନ୍ଦିର ପୂଜକ ସଂଘ -ତରଫରୁ ନିହାର ପଣ୍ଡା, ଦିନେଶ ପଣ୍ଡା, ରାଜେଶ ବାବୁ ଓ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା । ବହୁ ସଂଖ୍ୟାରେ ଟ୍ରଷ୍ଟ ପକ୍ଷରୁ ସଦସ୍ୟ ଓ ସଦସ୍ୟା ମାନେ ଯୋଗଦେଇଥିଲେ। ଆମ ଶୁଭ ଚିନ୍ତକ, ସଦସ୍ଯ ଓ ସଦସ୍ୟା ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆମକୁ ବହୁତ ଉତ୍ସାହିତ କରି ଥିବାରୁ ଆମେ ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ହୃଦୟ ରୁ କୃତଜ୍ଞତା ଜ୍ଞାପନ କରୁଛୁ, ଅବହେଳିତ ଗୁରୁଜନ ଓ ଛୋଟ ପିଲା ମାନଙ୍କ ମୁହଁରେ ହସ ଫୁଟାଇବା ଆମର ଏକ ଛୋଟ ପ୍ରୟାସ ବୋଲି କହିଛନ୍ତି ଡ ନାରାୟଣ ମହାପାତ୍ର ।