ଧନ ଓ ମନ

ଜଣେ ସାଧାରଣ ବ୍ୟକ୍ତିଙ୍କ ଘର ଆଗରେ ଦୁଇ ଜଣ ଆଗନ୍ତୁକ ବସିଥିଲେ। ସକାଳୁ ଗୃହସ୍ବାମୀ ସେମାନଙ୍କୁ ଦେଖି ପରିଚୟ ମାଗନ୍ତେ, ସେମାନେ କହିଲେ ଆମ ଭିତରୁ ଜଣେ ଧନ ଓ ଆର ଜଣକ ମନ। ଆମେ ସୁଖ ଦେବା ଲାଗି ଆସିଥାଉଁ। ତୁମେ ଆମକୁ ପ୍ରଥମେ ଦେଖିଲ। ଏବେ କୁହ କାହାକୁ ନେବାକୁ ଚାହୁଁଛ।
ସେହି ଲୋକ କହିଲେ- ମୁଁ ଟିକିଏ ମୋ ପତ୍ନୀଙ୍କ ସହିତ ପରାମର୍ଶ କରି କହିବି। ଟିକଏ ସମୟ ଦିଅନ୍ତୁ।
ଘର ଭିତରକୁ ଯାଇ ସେ ଏ ବିଷୟ ନିଜ ପତ୍ନୀଙ୍କୁ ଜଣାଇଲେ। ପତ୍ନୀ କହିଲେ- ଦେଖ, ଆମ ଗାଁର ଅଚଳାଚଳ ସ˚ପତ୍ତିର ମାଲିକ ସୌଦାଗର ଶାନ୍ତି ପାଇଛି କି? ସେ ଐଶ୍ବର୍ଯ୍ୟ ପାଇଛି ସତ କିନ୍ତୁ ସର୍ବଦା ଚିନ୍ତାରେ ରହିଛି। ଧନ ହରାଇବାର ବା କେହି ଷଡ୍ଯନ୍ତ୍ର କରି ଧନ ହଡ଼ପ କରିବାର ଭୟ ତାଙ୍କୁ ଘାରୁଛି। ତେଣୁ ଧନ ନୁହେଁ ଆମେ ମନକୁ ନେବା।
ତେଣୁ ସେହି ବ୍ୟକ୍ତି ବାହାରକୁ ଯାଇ ମନର ହାତ ଧରି ଘରକୁ ଆଣିଲେ। ସେ ଦେଖିଲେ ଯେ ତାଙ୍କ ପରିବାରର ଲୋକମାନଙ୍କ ମନ ବିଶାଳ ଓ ଉଦାର ହୋଇଯାଇଛି। କେହି କାହାକୁ ଈର୍ଷା କରୁ ନାହାନ୍ତି।
ସମସ୍ତଙ୍କ ମନରେ କେବଳ ଶ୍ରଦ୍ଧା, ସ୍ନେହ ଓ କ୍ଷମା ଭାବ ଉଛୁଳୁୁଛି।
ଦେଖାଗଲା ଯେ ସେମାନଙ୍କର ଆଉ କେହି ଶତ୍ରୁ ରହିଲେ ନାହିଁ। ସେମାନେ ଛୋଟ ଘରେ ସାଧାରଣ ମଣିଷ ହୋଇ ବଞ୍ଚିଲେ ସିନା, ସେମାନଙ୍କ ଘରୁ େକବଳ ସୁଖର ଆଲୋକ ବାହାରିଲା। ବନ୍ଧୁବାନ୍ଧବଙ୍କ ଗହଗହ ହସ ଓ କଥାବାର୍ତ୍ତାରେ ଘର ଫାଟି ପଡ଼ିଲା।
ସେମାନେ ବୁଝିଲେ ଧନ ସୁଖ ଦେବାର ଭ୍ରମ ସୃଷ୍ଟି କରେ। କିନ୍ତୁ ମନ ପ୍ରକୃତରେ ସୁଖ ଓ ଶାନ୍ତି ଦିଏ।