କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଗୁରୁବାର ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ

Aug 20, 2024 - 18:16
 45

ଭୁବନେଶ୍ୱର: କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଉଦ୍‌ବେଗ ପ୍ରକାଶ କଲେ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ। ଗୁରୁବାର ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଘଟଣାର ବହୁ ବିଳମ୍ବରେ ଏଫ୍ଆଇଆର୍‌କୁ ନେଇ ପ୍ରଶ୍ନ ଉଠାଇଲେ କୋର୍ଟ। ପୀଡ଼ିତାଙ୍କ ନାଁ, ଫଟୋ ଆଦି ଭାଇରାଲ୍‌କୁ ନେଇ କଲେ ଉଦ୍‌ବେଗ ପ୍ରକାଶ । ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ କଲେ କୋର୍ଟ। ଏହା ବ୍ୟତୀତ ମୃତ୍ୟୁକୁ ଆତ୍ମହତ୍ୟାର ରୂପଦେବା ପ୍ରଚେଷ୍ଟାକୁ ନେଇ ପ୍ରଶ୍ନ କଲେ। ପୀଡ଼ିତାଙ୍କ ପରିବାରକୁ ବିଳମ୍ବରେ ଶବ ଦେଖାଇବା ନେଇ ମଧ୍ୟ ପ୍ରଶ୍ନ କଲେ। ଏହା ସାରା ଦେଶର ଡାକ୍ତରଙ୍କ ସୁରକ୍ଷାର ପ୍ରଶ୍ନ କହିଲେ ସୁପ୍ରିମକୋର୍ଟ।