ଭୁବନେଶ୍ୱର ଉପକଣ୍ଠରେ ବୁଲୁଛି ବାଘ
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ଅଞ୍ଚଳରେ ବୁଲୁଛି ବାଘ। ଗତକାଲି ସନ୍ଧ୍ୟାରେ ଗୋଠପୁର ଗାଁର ଜଣେ ଯୁବକ ତାଙ୍କ ଘର ପଛପଟେ ଏକ କଲରାପତରିଆ ବାଘକୁ ଦେଖିଥିଲେ । ସେ ତାଙ୍କ ମୋବାଇଲ୍ ରେ ବାଘର ଫଟୋ ଉଠାଇ ଘର ଲୋକ ଓ ଗ୍ରାମବାସୀଙ୍କୁ ଦେଖାଇଥିଲେ। ଏହି ଖବର ପ୍ରଚାର ହେବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।