ସ୍ବାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି କଲେ ଓଡ଼ିଶା ସରକାର ।

Jan 2, 2025 - 22:03
 41
ସ୍ବାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି କଲେ ଓଡ଼ିଶା ସରକାର ।

ଭୁବନେଶ୍ୱର: ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । କାରାବରଣ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପେନସନ୍‌ ଦୁଇଗୁଣା ହେଲା । କାରାବରଣ କରିଥିଲେ ୧୦ ହଜାର ବଦଳରେ ୨୦ ହଜାର ପାଇବେ। କାରାବରଣ କରି ନଥିଲେ ୯ ହଜାର ପରିବର୍ତ୍ତେ ୧୫ ହଜାର ମିଳିବ। ଆଜି ସ୍ଵାଧୀନତା ସଂଗ୍ରାମୀ ଦିବସରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।