ଆମେରିକାନ ମେରିଟ କାଉନସିଲ ତରଫରୁ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ ଯଜ୍ଞେଶ୍ଵର ପଣ୍ଡାଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ
କୋରାପୁଟ : ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମେରିକାନ ମେରିଟ କାଉନସିଲ ତରଫରୁ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ ଶ୍ରୀଯୁକ୍ତ ଯଜ୍ଞେଶ୍ଵର ପଣ୍ଡାଙ୍କୁ ସମ୍ମାନଜନକ ଡକ୍ଟରରେଟ ଉପାଧି ପ୍ରଦାନ କରାଯାଇଅଛି l ଏଥି ପୂର୍ବରୁ ଶ୍ରୀଯୁକ୍ତ ପଣ୍ଡା ସାହିତ୍ୟ କ୍ଷେତ୍ରରେ ଅଦ୍ଭୁତପୂର୍ଣ୍ଣ ସଫଳତା ପାଇଁ ମଧ୍ୟ ଅନେକ ଅନୁଷ୍ଠାନରୁ ପୁରସ୍କୃତ ହୋଇଛନ୍ତି l ଶ୍ରୀଯୁକ୍ତ ପଣ୍ଡାଙ୍କ ସମ୍ମାନଜନକ ଡକ୍ଟରରେଟ ଉପାଧି ନିମନ୍ତେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଅଛି l