୨ଟି ଦୁର୍ଘଟଣାରେ ୯ ମୃତ
ଆନନ୍ଦପୁର/ଭଦ୍ରକ: ଆଜି ୨ଟି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲାରେ ଟ୍ରକ୍ କୁ ପଛରୁ ଧକ୍କା ଦେଲା ଭ୍ୟାନ୍। ଜାତୀୟ ରାଜପଥ ୨୦ ବାଲିଯୋଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଘଟଗାଁ ମାଆ ତାରିଣୀ ପୀଠକୁ ଯାଉଥିବା ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ସମସ୍ତ ମୃତାହତ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ପୋଡ଼ାମାରି ଗାଁର ହେଇଥିବା ସୂଚନା ମିଳିଛି। ସେହିପରି ଭଦ୍ରକ ଜିଲ୍ଲା ଜାତୀୟ ରାଜପଥ ୧୬ ଗେଲପୁର ଛକ ନିକଟରେ ଏକ ଟ୍ରକ୍ କୁ ପଛରୁ କାର୍ ଧକ୍କା ଦେଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।