ପୋକମରା ଔଷଧ ଖାଇ ମା', ପୁଅ ଓ ଝିଅ ମୃତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଗାଁରେ ପୋକମରା ଔଷଧ ଖାଇ ମା', ପୁଅ ଓ ଝିଅଙ୍କ ମୃତ୍ୟୁ ହୋଇଛି। ମୃତ ମା'ର ବୟସ ୪୦, ଝିଅ ୧୬ ଓ ପୁଅକୁ ୨୨ ବର୍ଷ। କବାଟ ନଖୋଲିବାରୁ ସନ୍ଦେହ କରି ପଶିବା ପରେ ୩ ଜଣଙ୍କୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ଓ ପରେ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲରେ ଭର୍ତ୍ତି କରିଥିଲେ ଗ୍ରାମବାସୀ। ସେଠାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା। କାହିଁକି ବିଷ ପିଇଲେ ମା' ଓ ଛୁଆ କାରଣ ଅସ୍ପଷ୍ଟ ରହିଛି। ଗତ ୨ ବର୍ଷ ପୂର୍ବରୁ ବାପାର ହୋଇଥିଲା ମୃତ୍ୟୁ ।