ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ପତାକା କଲେ ଉତ୍ତୋଳନ ରାଜ୍ୟପାଳ

Jan 26, 2024 - 23:07
 51
ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ପତାକା କଲେ ଉତ୍ତୋଳନ ରାଜ୍ୟପାଳ

ଭୁବନେଶ୍ୱର: ଆଜି ଭାରତ ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ। ଓଡ଼ିଶାରେ ବି ହର୍ଷ ଓ ଉଲ୍ଲାସର ସହ ପାଳନ କରାଯାଉଛି ସାଧାରଣତନ୍ତ୍ର ଦିବସ। ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ। ରାଜ୍ୟପାଳ ରଘୁବର ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସାଧାରଣତନ୍ତ୍ର ଦିବସ ପରେଡରେ ଏଥର ନେତୃତ୍ୱ ନେଇଛନ୍ତି ଆଇପିଏସ ଅଫିସର ଏ.ବି. ଶିଳ୍ପା। ପରେଡ଼ରେ ମୋଟ ୬୪ ଦଳ ଭାଗ ନେଇଛନ୍ତି । ଆଇଟିବିପି, ସିଆରପିଏଫ, ବିଏସ ଏବଂ, ଓଡ୍ରାଫ, ଓଡିଶା ହୋମ୍ ଗାର୍ଡ, ଆରପିଏଫ, ସୈନିକ ସ୍କୁଲ ପୋଲିସ ବ୍ୟାଣ୍ଡ ସମେତ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ପରେଡ଼ରେ ସାମିଲ ହୋଇଛନ୍ତି । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ଓ ଜିଲ୍ଲାପାଳ ଓ ରାଜସ୍ୱ କମିଶନରମାନେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।