ମୟୂରଭଞ୍ଜରେ ୨୦ କେଜି ସୁନା ଅଳଙ୍କାର ଜବତ

Oct 26, 2024 - 19:26
 64
ମୟୂରଭଞ୍ଜରେ ୨୦ କେଜି ସୁନା ଅଳଙ୍କାର ଜବତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦାରୁ ୨୦ କେଜି ସୁନା ଅଳଙ୍କାର ଜବତ କଲା ଜି ଏସ୍ ଟି ବିଭାଗ। କାଗଜପତ୍ରରେ ଉଲ୍ଲେଖ ଥିବା ଠାରୁ ଅଧିକ ସୁନା ଅଳଙ୍କାର ଆସିଥିବା ଯୋଗୁଁ ଚଢ଼ାଉ କରିଛି ଜି ଏସ୍ ଟି ଟିମ୍। ଏକ ଲଜିଷ୍ଟିକ୍ ଗାଡ଼ିରେ ମୁମ୍ବାଇ ଓ କୋଲକାତା ଦେଇ ବାରିପଦା ଆସିଥିଲା ସୁନା ଅଳଙ୍କାର। ଏହି ଘଟଣାରେ ଗାଡ଼ି ସହ ୩ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା।