ପୂର୍ବତନ ବିଧାୟକ ମକରଧ୍ବଜ ପ୍ରଧାନଙ୍କ ଦେହାନ୍ତରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ ପ୍ରକାଶ

Oct 26, 2024 - 19:26
 2

ଭୁବନେଶ୍ବର: ପୂର୍ବତନ ବିଧାୟକ ମକରଧ୍ବଜ ପ୍ରଧାନଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ, "ଭାରତ ସ୍ଵାଧିନତା ପାଇବା ପରେ ପରେ ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ରେ ମକରଧ୍ବଜ ସ୍ଵାଧୀନ ପ୍ରାର୍ଥୀ ଭାବେ ମୁରା - ଅମ୍ବାଭୋନାରୁ ବିଧାୟକ ହୋଇଥିଲେ। ସେ ଛାତ୍ର ଜୀବନରୁ ହିଁ ରାଜନୀତି ପ୍ରତି ଆଗ୍ରହୀ ଥିଲେ । ନିଜ ଆଦର୍ଶରେ ସେ ଅନେକ ଲୋକଙ୍କୁ ଅନୁପ୍ରାଣିତ କରିପାରିଥିଲେ। ତାଙ୍କ ଭଳି ଜଣେ ଶତାୟୁ ବ୍ୟକ୍ତିତ୍ଵଙ୍କ ପରଲୋକ ଘଟିବା ଆମ ସମସ୍ତଙ୍କ ପାଇଁ ଦୁଃଖର ବିଷୟ। ଅମର ଆତ୍ମାର ସଦଗତି କାମନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।"