ଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କ
ଭୁବନେଶ୍ୱର: ଭୁବନେଶ୍ବରରେ ଥିବା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଲରାପତରିଆ ବାଘ ଆତଙ୍କ ସୃଷ୍ଟି ହୋଇଛି। ବିମାନ ବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘ ଦେଖିଥିଲେ କିଛି କର୍ମଚାରୀ। ବାଘକୁ ଠାବ କରିବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।