ମୂକ ସାକ୍ଷୀ

(ଏକ ଅବ୍ୟକ୍ତ ପରିଭାଷା)

May 5, 2025 - 10:06
 20
ମୂକ ସାକ୍ଷୀ

By: ମଧୁସ୍ମିତା ସାହୁ

ଅସୀମିତ ଅକୁହା କଥାର ମୂକ ସାକ୍ଷୀ କେବଳ ଏହି ସାହିତ୍ୟ ସର୍ଜନା। ଯାହା ମଣିଷର ପ୍ରକୃତ ମିତ୍ର ପାଲଟି ଯାଇଛି। ଯାହା ଆଗରେ କୌଣସି ପ୍ରକାର ଅଛପା ନଥାଏ। ଲୁକ୍କାୟିତ ଗୋପନୀୟତା ଧାରା କେବଳ ଏହି ଲେଖା ମାଧ୍ୟମରେ ପରିପ୍ରକାଶ ହୋଇପାରେ। ଏହାଦ୍ବାରା ନିଜର ଲେଖନୀ ମୁନରେ ସୁନ୍ଦର ଉପସ୍ଥାପନା କରି ଭାଷା ସାହିତ୍ୟର ଉନ୍ନତି ସହ ନିଜର  ବୌଦ୍ଧିକ ସମ୍ପତି କୁ ମାର୍ଜିତ କରିବା ସହିତ ନୂଆ ଅନୁଭୂତି ବଳରେ ଲେଖନୀର ଧାରାକୁ ଉତ୍କୃଷ୍ଟ କରିପାରିବା।
 ଏମିତି ବହୁତ ଅନୁଭୂତି ଜୀବନର ଚଲାପଥରେ ଘଟିଥାଏ,ଯାହା ସ୍ମରଣୀୟ ହୋଇ  ଅନୁଭବ ର ଡାଏରୀରେ ଲିପିବଦ୍ଧ  ହୋଇ ରହିଯାଏ।  ମନକୁ  ପ୍ରେରଣାର ବାର୍ତ୍ତା ପରିଲକ୍ଷିତ କରାଇଥାଏ,ଆଉ କିଛି ଦୁଃଖ ରେ ମର୍ମାହତ ହେବାକୁ ବାଧ୍ୟ କରିଥାଏ। କେତେ ଯେ ଅବୁଝା ପଣ ଭିତରେ ବୁଝିବା ଶକ୍ତି ହରାଇବା ସହ ଆତ୍ମହତ୍ୟା ର ଚରମ ନିଷ୍ପତି ନେବା ବାଧ୍ୟତାମୂଳକ ହୋଇପଡେ ଓଏହା ପରେ  ପରେ ଉଦ୍ୟମ ବିଫଳ ହୋଇଗଲା ପରେ ଚେତନା ଅବସ୍ଥାକୁ ଫେରିଆସେ। ବାରମ୍ବାର ନିଜକୁ ଧିକ୍କାର କରି ବସେ । 
 

ଏମିତି ତ ଦୈନନ୍ଦିନ ଦିନ ଚର୍ଯା ରେ ପ୍ରତିଦିନ କିଛି କିଛି ଏମିତି ଦୂର୍ଘଟଣା ଘଟେ, ଯାହା ନିଜ ଅସ୍ତିତ୍ବ ହରାଇ ବସେ, ସେମିତି ପୁଣି ସମାଧାନର  ସରଳ ସୂତ୍ର ସ୍ବତଃ  ମିଳିଥାଏ।
 ଦିନକର ଘଟଣା ମୋ ଜୀବନର -----
  ମୋ ଶାଶୁ ଶ୍ୱଶୁର ଙ୍କ ପ୍ରତି ମୋର ଯଥେଷ୍ଟ ମାତ୍ରାରେ ଶ୍ରଦ୍ଧା ଭକ୍ତି ସମ୍ମାନ ଭରି ରହିଥିଲା ଯାହା ବୁଝିବାକୁ ଅସମର୍ଥ ହୋଇ ପଡି ଭୁଲ୍ ବୁଝାମଣାରେ ଶିକାର ହୋଇ ସବୁବେଳେ କିଛି ନା କିଛି ବିଷୟକୁ ନେଇ ଆଲୋଚନା ରୁ ବିଭ୍ରାଟ ଉପୁଜି ଥାଏ। ମୋତେ ସବୁବେଳେ କଟୁବଚନ ଶୁଣିବାକୁ ପଡୁଥାଏ,କାରଣ ମୁଁ ଦୁଇଟି ଝିଅ ଜନ୍ମ କରିଦେଇଛି, ଏଥି ବ୍ୟତିତ ଟଙ୍କାପୈସା କୁ ନେଇ ବାଦ ବିବାଦରେ ଦିନେ ବହୁତ ଝଗଡା ହୋଇଗଲା। ସ୍ବାମୀ ମୋତେ ଶାଶୁ ଶ୍ୱଶୁର ଙ୍କ ସାମ୍ନାରେ ବହୁତ ମାଡ ଦେଲେ ଓ ଗାଳି ଗୁଲଜ କଲେ। ଏହି ତିକ୍ତତା ଭାବର ଅସହ୍ୟ ଅବସ୍ଥାରେ ମୁଁ ଚୂଡାନ୍ତ ନିଷ୍ପତ୍ତି ନେଇ ମୋ ଶାଶୁଙ୍କ ଗୋଟିଏ ଡବାରେ ସମସ୍ତ ଔଷଧ (ଉଚ୍ଚ ରକ୍ତଚାପ ବଟିକା, ନିଦହେବା ବଟିକା ଓ କିଡନୀ ଜନିତ ବଟିକା) ନୂଆ ଓ ପୁରୁଣା ପ୍ରାୟ ୫୦ରୁ୬୦ ବଟିକାକୁ ଖାଇଦେଲି ଓ ମରିଯିବା ପାଇଁ  ପ୍ରଚେଷ୍ଟା କଲି। ଖାଇଦେଇ ଶୋଇ ପଡିଛି ଅଚେତ୍ ହୋଇ। ବହୁତ ସମୟ ପରେ ଚେତା ଫେରି ପାଇ ଦେଖିଲି ମୁଁ ସରିନାହିଁ,ଓ କାହିଁକି ମରିପାରିଲି ନାହିଁ ଏହା କେବଳ ମୋ ମନକୁ ବାରମ୍ବାର ପ୍ରଶ୍ନ କରିବସିଥିଲି। ବହୁତ ଧିକ୍କାର ଦେଲି। ପୁଣି କିଛି ଦିନ ବ୍ୟବଧାନ ପରେ ସେହିପରି ସମାନ ପରିସ୍ଥିତି ଉପୁଜିବା ପରେ କେବଳ ବହୁତ ସାରା ନିଦ ବଟିକାକୁ କିଣି ଖାଇଦେଲି ଓ ଶୋଇପଡ଼ିଲି, ତଥାପି ମରି ପାରିନାହିଁ। କେବଳ ନିର୍ଯ୍ୟାତନା ସହିଚାଲିଛି,କେବେ କେଉଁ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି। ଏହି ସବୁ ଉଦ୍ୟମ ବିଫଳ ହୋଇଗଲା, ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ୟା ର ସମାଧାନ ଶେଷ ହୋଇ ପାରୁନାହିଁ।   ଏତିକି ମଧ୍ୟରେ ବହୁତ ସମୟ ଅତିକ୍ରମ ହୋଇସାରିଛି।  

ମୁଁ ପ୍ରାୟତଃ ପିଲାଦିନ ଷଷ୍ଠ ଶ୍ରେଣୀରୁ ପ୍ରବନ୍ଧ ଓ କବିତା ଲେଖାଲେଖି କରି ଲୁଚାଇ କରିଦେଇଥାଏ। କାହା ଆଗରେ ପ୍ରକାଶ କରିନଥାଏ। ମୋ ସ୍ବାମୀ ସବୁବେଳେ କହୁଥିଲେଯେ ଏତେ ସୁନ୍ଦର ପ୍ରତିଭାକୁ ନିଜ ଭିତରେ  ଲୁଚାଇ ରଖି କୂଅଁ ଭିତରେ ପଡିଛି ।ବେଳେ ବେଳେ ଲେଖି କାହାକୁ ନ ଦେଖାଇ ରଖିଦେଇଥାଏ। ଏହି ଲେଖିବା କଥା କୁ ନେଇ ଥରେ ଅଧେ ମୋ ସାଙ୍ଗକୁ କହିଥିଲେ।ସେ ମୋତେ ସାହିତ୍ୟର ବିଭିନ୍ନ ଗ୍ରୁପ ଗୁଡ଼ିକରେ ପଠାଓ ଆଗକୁ ବଢେ ବୋଲି କହି ପ୍ରେରଣା ଦାୟକ ମନ୍ତବ୍ୟଗୁଡିକ ଦେଇଥିଲା। ମୋ ସ୍ବାମୀ ଜୁସ ଓ ଲସି ଦୋକାନ  କରୁଛନ୍ତି ଓ ମୁଁ ସେଥିରେ ସାହାଯ୍ୟ କରି ଥାଏ ।ସେହି ଦୋକାନରେ ସବୁଦିନ ବସିଥାଏ। ହଠାତ୍ ସରସ୍ବତୀ ଙ୍କ ଦେବଦୂତ ସାଜି ଜଣେ  କଲେଜର ଅଧ୍ୟାପକ  ଆମ ଦୋକାନକୁ  ଆସିଥିଲେ ଲସି ଓ ଜୁସ ନେବା ପାଇଁ ଓ କଥା କହିବା ସମୟରେ ମୁଁ ତାଙ୍କୁ ପଚାରିଲି,"ଆପଣ ସାହିତ୍ୟ ଗ୍ରୁପ କୁ ଜାଣିଛନ୍ତି କି "? "ମୋତେ ଗ୍ରୁପରେ ଯୋଡିବା ପାଇଁ ସାହାଯ୍ୟ କରିପାରିବେ କି"? ବାସ୍ ଏତିକି କହିବା ପରେ ସେ ଚାଲିଗଲେ ଓ ମୋତେ ବହୁତ ସାହିତ୍ୟ ଗ୍ରୁପରେ  ଜୋଡି ଦେଲେ। ତା'ପରେ ମୋର ସାହିତ୍ୟ ସାଧନା ଆରମ୍ଭ ହେଲା। ସାହିତ୍ୟ ସର୍ଜନା, ସାହିତ୍ୟ ମାର୍ଜିତ ହୋଇ ବହୁତ ଗ୍ରୁପରେ ସାମିଲ୍ ହୋଇ ପାରିଲି ଓ ପ୍ରଶଂସା ଶୁଣିବାକୁ ସୁଯୋଗ ପାଇଲି।  ଏଥିରେ ମୁଁ ଜାଣିଲି ଯେ ଇଶ୍ଵର କେବଳ ମୋତେ ସାହିତ୍ୟ ସର୍ଜନା ପାଇଁ ଏହି ସଂସାର କୁ ପଠାଇଛନ୍ତି। ଏଣୁ ପାଦେ ପାଦେ କୃତଜ୍ଞତା ଜ୍ଞାପନ କରୁଛି ଓ ସାହିତ୍ୟ ସର୍ଜନା ରେ ଲାଗି ପଡିଛି। ଏହି ଜୀବନ ପ୍ରଭୃଙ୍କ ଦାନ, ତାଙ୍କ ଇଚ୍ଛା ବିନା ମୃତ୍ୟୁ ଘଟିବା ଅସମ୍ଭବ। ସେ ଜନ୍ମ ଦେବାର କାରଣ ଓ ଅର୍ଥ କୁ ସାର୍ଥକ ସଙ୍କେତ ଦେବା ଉଦ୍ଦେଶ୍ୟ ବୁଝିପାରି ନିଜକୁ ତାଙ୍କ ପ୍ରତି ସମର୍ପିତ କରିଦେଲେ ସବୁ ସମସ୍ୟାର ସମାଧାନ ସରଳ ସୂତ୍ର ମିଳିଯାଇଥାଏ।
  ଅନ୍ତିମ ନିଷ୍ପତ୍ତି ନେବାକୁ ସ୍ଥିର କରିଥିଲେ ଯେଉଁ ଜଟିଳ ପରିସ୍ଥିତି ଆସିଲେ ସୁଦ୍ଧା ସମାଧାନ ଖୋଜିବା ପ୍ରଚେଷ୍ଟା ଜାରିରଖି ସଫଳ ହେବି  ଅବଶ୍ୟ  ଦାବିନେଇ ଧୈର୍ଯ୍ୟ ଓ ମନୋବଳର ସାହାସ ସହିତ ପ୍ରତ୍ୟେକ ପରିସ୍ଥିତି କୁ ମୁକାବିଲା କରିବି।

                  ***********


ବ୍ରହ୍ମା ନଗର ପ୍ରଥମ ଗଳି 
ବ୍ରହ୍ମପୁର 
ଜିଲ୍ଲା-ଗଞ୍ଜାମ 
ଓଡ଼ିଶା 
ମୋ---୯୩୪୮୨୮୫୪୧୬