ଭୁବନେଶ୍ବରରେ ବେପରୁଆ ଗାଡ଼ି ଚାଳନା; ୫ ଗିରଫ

Sep 16, 2024 - 22:48
 9
ଭୁବନେଶ୍ବରରେ ବେପରୁଆ ଗାଡ଼ି ଚାଳନା; ୫ ଗିରଫ

ଭୁବନେଶ୍ୱର: ଭୁବନେଶ୍ଵରରେ ବେପରୁଆ ଗାଡ଼ି ଚାଳନା କରିଥିବା ଅଭିଯୋଗରେ ୫ ଜଣ ବ୍ୟକ୍ତିଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍। ସହିଦ ନଗର ରୂପାଲି ଛକ ରୁ ରାମ ମନ୍ଦିର ମଧ୍ୟରେ ବେପରୁଆ ଗାଡ଼ି ଚାଳନାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହା ପରେ ତଦନ୍ତ ଆରମ୍ଭ କରି ୫ ଜଣଙ୍କୁ ଗିରଫ କରିବା ସହ ୨ଟି ଟାଟା ସଫାରୀ ଗାଡ଼ି ଜବତ କଲା ପୋଲିସ୍। ଭିଡ଼ିଓରେ ଦୁଇଟି କାର୍ ଆଗ ପଛ ହୋଇ ଦୃତ ଗତିରେ ବିଭିନ୍ନ ଗାଡ଼ିକୁ ଓଭଟେକ୍ କରୁଥିବା ଦେଖିବାକୁ ମିଳିଛି। କେତେବେଳେ ବାମ ପଟ ତ କେତେବେଳେ ଡାହାଣକୁ ଚାଲିଆସିଥିଲେ ଦୁଇଟି ଗାଡ଼ି ଓ ଫୁଟ୍ ପାଥ୍ ଉପରେ ମଧ୍ୟ ଚଢ଼ିଯାଉଥିବା ଦେଖିବାକୁ ମିଳିଛି।