ଆସନ୍ତା ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ବର୍ଷ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ । ଯାଜପୁର ଜିଲ୍ଲା ବଡ଼ଚଣା ନୂଆହାଟ କଲେଜରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ହୁଏ, ନୂଆ ସରକାର ଆସିଲା ପରେ ଏନେଇ ପର୍ଯ୍ୟାପ୍ତ ସମୟ ମିଳିନି । ଛାତ୍ର ସଂସଦ ନିର୍ବାଚନ ନେଇ ଏବର୍ଷ ସବୁ କଲେଜରେ ପ୍ରସ୍ତୁତି କରାଯିବ ଓ ଆସନ୍ତା ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ।