ବାଲେଶ୍ଵର ଟ୍ରେନ୍ ଟ୍ରାଜେଡି ୩ ଜଣ ଙ୍କୁ ଗିରଫ କଲା ସିବିଆଇ

Jul 7, 2023 - 17:47
 47

ଭୁବନେଶ୍ୱର : ବାଲେଶ୍ଵର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପକ୍ଷରୁ ତଦନ୍ତ କରାଯାଇ ଘଟଣାରେ ସମ୍ପୃକ୍ତି ଥିବା ୩ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ସେକ୍ସନ୍ ଇଂଜିନିୟର ମହମ୍ମଦ ଅମୀର ଖାନଙ୍କୁ ଗିରଫ କରିଛି ସିବିଆଇ । ତାହା ସହ ଟେକନିସିଆନ ପପୁ କୁମାର ଓ ସିନିୟର ସେକ୍ସନ୍ ଇଂଜିନିୟର ଅରୁଣ କୁମାର ମହନ୍ତ ଗିରଫ ହୋଇଛନ୍ତି । ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାରେ ମୋଟ ୨୯୩ ଜଣଙ୍କ ମୃତ୍ୟୁ ଘଟିଛି ।