ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ସୋମବାର ଅବସର ରେ ପ୍ରସିଦ୍ଧ ଶୈବ ପୀଠ ପ୍ରଭୁ ଲିଙ୍ଗରାଜ ମନ୍ଦିର ନିକଟ ରେ ଗ୍ଲୁକୋଜ ମିଶା ପାଣି ବିତରଣ

Aug 22, 2023 - 12:16
Aug 24, 2023 - 13:57
 49
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ସୋମବାର ଅବସର ରେ ପ୍ରସିଦ୍ଧ ଶୈବ ପୀଠ ପ୍ରଭୁ ଲିଙ୍ଗରାଜ ମନ୍ଦିର ନିକଟ ରେ ଗ୍ଲୁକୋଜ ମିଶା ପାଣି ବିତରଣ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଭୁବନେଶ୍ବର ର ବିନ୍ଦୁସାଗର, କେଦାର ଗୌରୀ ଛକ ଓ ଶୈବ ପୀଠ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଠାରେ ସୋମବାର ଅବସରରେ କାଉଡିଆ ଭାଇ ଓ ଭଉଣୀ ମାନଙ୍କୁ ଓ ଅନ୍ୟ ଜନସାଧାରଣ ମାନଙ୍କୁ ଗ୍ଲୁକୋଜ ମିଶା ପାଣି ବିତରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତ ସେବାଶ୍ରମ ଓ ଏକାମ୍ର ଅନୁଷ୍ଠାନ ପକ୍ଷରୁ ସହାୟତା କରାଯାଇଥିଲା । ଆଜିର କାର୍ଯ୍ୟକ୍ରମ ରେ ପରିଷଦ ର ଉପଦେଷ୍ଟା ନିରଞ୍ଜନ ପଣ୍ଡା, ଗିରିଜା ଶଙ୍କର ମହାପାତ୍ର, ମନୋରଞ୍ଜନ ମହାନ୍ତି, ରେବା ମହାନ୍ତି, ନିତ୍ୟାନନ୍ଦ ସାହୁ, ଅନ୍ୟାନ୍ୟ ଆଜୀବନ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।