ଆରପାରିରେ ସାମ୍ବାଦିକ ଶରତ ମିଶ୍ର

Nov 2, 2023 - 19:55
 117
ଆରପାରିରେ ସାମ୍ବାଦିକ ଶରତ ମିଶ୍ର

ଆରପାରିରେ ସାମ୍ବାଦିକ ଶରତ ମିଶ୍ର, ବର୍ଷୀୟାନ ସାମ୍ୱାଦିକ ଶରତ ମିଶ୍ର ଆଉ ନାହାନ୍ତି। ୮୭ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ୧୯୩୬ ମସିହାରେ ଗଞ୍ଜାମର ସୋରଡ଼ା ଠାରେ ଜନ୍ମିତ ଶ୍ରୀ ମିଶ୍ର  ଓଡ଼ିଆ, ଇଂରାଜୀ ଓ  ବଙ୍ଗଳା ସାମ୍ବାଦିକତା କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିଲେ। ଦୈନିକ ସମାଜ, ଅନୁପମ ଭାରତ ଓ ପାକ୍ଷିକ ଆମ ସମୟର ପ୍ରତିନିଧି ର ମୁଖ୍ୟ ସଂପାଦକ ଭାବେ ସେ ନିଜର ଏକ ନିଆରା ସ୍ୱାକ୍ଷର ଛାଡି ଯାଇଛନ୍ତି। ଦୀର୍ଘ ବର୍ଷ ଧରି ସେ କୋଲକାତାରେ ଅବସ୍ଥାନ ପୂର୍ବକ ଇଂରାଜୀ ଆନନ୍ଦ ବଜାରର ସହ ସମ୍ପାଦନା ଦାୟିତ୍ଵ ତୁଲାଇ ଓଡ଼ିଶା ଫେରିଥିଲେ। ଦୈନିକ ସମ୍ବାଦ ଆରଂଭରୁ ବାର୍ତ୍ତା ସଂପାଦକ ଭାବେ ସେ କାମ କରିବା ସହିତ ବିଭିନ୍ନ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ସମ୍ମାନିତ ହୋଇଛନ୍ତି। ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ରାଜା ରାମମୋହନ ରାୟ ଜାତୀୟ ସମ୍ମାନରେ ସମ୍ମାନୀତ କରାଯଇଥିଲା।
ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କର ପରଲୋକ ଘଟିଛି। ନିଜର ଅମାୟିକ ବ୍ୟବହାର, ସଚ୍ଚୋଟ ପଣିଆ ଓ ବୃତ୍ତି ପ୍ରତି ନିଷ୍ଠା ପାଇଁ ସେ ଅଭୁଲା ରହିବେ।
ଦିବଂଗତ ଅମର ଆତ୍ମା ଶାନ୍ତି ଲଭୁ।
ଫିଙ୍ଗରପ୍ରିଣ୍ଟ ନିଉଜ ର ଶ୍ରଦ୍ଧାଞ୍ଜଳି