କୃଷି ବିଦ୍ୟାନିଧି ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କୃଷି ବିଦ୍ୟାନିଧି ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସିଏମ୍ କିଷାନ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଘୋଷଣା କଲେ। ସିଏମ୍ କିଷାନ ଯୋଜନା ହିତାଧିକାରୀଙ୍କ ପିଲା ପାଇବେ ସୁବିଧା। ବୈଷୟିକସ୍ତରୀୟ ଉଚ୍ଚ ଶିକ୍ଷା ପାଇଁ ଛାତ୍ରବୃତ୍ତି ଆକାରରେ ପାଇବେ। ସମ୍ବଲପୁରରେ ସିଏମ୍ କିଷାନ ଯୋଜନା ଶୁଭାରମ୍ଭ ହୋଇଛି। ନୂଆଁଖାଇ ଅବସରରେ ଶୁଭାରମ୍ଭ ପାଇଁ ଆୟୋଜିତ ହୋଇଥିବା ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଲେ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ। ମନ୍ତ୍ରିପରିଷଦ ସଦସ୍ୟ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଆଜି ପ୍ରଥମ କିସ୍ତିରେ ପ୍ରାୟ ୪୬ ଲକ୍ଷ ଚାଷୀଙ୍କ ଖାତାକୁ ଯିବ ଟଙ୍କା। ଡିବିଟି ମାଧ୍ୟମରେ ୯୨୫ କୋଟି ଟଙ୍କା ପ୍ରଦାନ କରାଯିବ।