ବଲାଙ୍ଗୀରରେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ

Feb 20, 2024 - 21:38
 144

ବଲାଙ୍ଗୀର: ବଲାଙ୍ଗୀର ବିଶ୍ୱାତ୍ମା ବିଦ୍ୟା ମନ୍ଦିରର ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍କୁଲ୍ ହଷ୍ଟେଲ ରୁମ୍ ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମାଟ୍ରିକ ପରୀକ୍ଷା ଚାପାରେ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଗତକାଲି ବିଳମ୍ବିତ ରାତି ଯାଏଁ ପଢୁଥିଲେ ବୋଲି ହଷ୍ଟେଲ କତୃପକ୍ଷ ସୂଚନା ଦେଇଛନ୍ତି।