ଖଲ୍ଲିକୋଟ ହିଂସା: ଶ୍ରୀକୃଷ୍ଣଶରଣପୁରରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ହିଂସା ମାମଲାରେ ଆଜି ଶ୍ରୀକୃଷ୍ଣଶରଣପୁରରେ ପୋଲିସ୍ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ନିର୍ବାଚନୀ ହିଂସା ଯୋଗୁଁ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତ ଟିମ୍ (SIT) ତଦନ୍ତ ଆରମ୍ଭ କରିଛି। SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଡିଜିପି ଅରୁଣ ଷଡଙ୍ଗୀ। ମୃତକଙ୍କ ଗାଁକୁ ଯିବ SIT ଟିମ୍। ମୃତକଙ୍କ ପରିବାରକୁ ଭେଟି ପଚରାଉଚରା କରିବ ଟିମ୍। ଏହି ଘଟଣାରେ ସଂପୃକ୍ତ ୯ ଜଣଙ୍କୁ ଗିରଫ କରିଛି ପୋଲିସ୍। ଗତକାଲି ଖଲ୍ଲିକୋଟ ଥାନାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ।